Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 20:19 - ପବିତ୍ର ବାଇବଲ

19 ଧର୍ମଶାସ୍ତ୍ରୀ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସେମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ତେଣୁ ସେମାନେ ଯୀଶୁଙ୍କୁ ଠିକ୍ ସେତିକିବେଳେ ବନ୍ଦୀ କରିବାକୁ ଗ୍ଭହିଁଲେ। କିନ୍ତୁ ଲୋକମାନେ କାଳେ କ’ଣ କିଛି କରିପକାଇବେ, ସେଥିପାଇଁ ସେମାନେ ଡରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ଦଣ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ।

Gade chapit la Kopi

ଓଡିଆ ବାଇବେଲ

19 ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୁର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ଧର୍ମଗୁରୁ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କୁ ଘଟଣା ସ୍ଥଳରେ ଗିରଫ କରିବାକୁ ଚେଷ୍ଟା କଲେ, କାରଣ ସେମାନେ ଜାଣିଥିଲେ ଯେ ଯୀଶୁ ସେମାନଙ୍କ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା କହିଥିଲେ; କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୂର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 20:19
6 Referans Kwoze  

କୃଷକମାନେ ମାଲିକର ପୁଅକୁ ଦେଖି କୁହାକୁହି ହେଲେ, ‘ଏତ ଜମିମାଲିକର ପୁଅ। ଏ ଜମି ଖଣ୍ଡିକ ତା'ର ହିଁ ହେବ। ଆମ୍ଭେ ତାକୁ ମାରିଦେଲେ ଜମିଟି ଆମ୍ଭରି ହୋଇଯିବ।’


ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସେମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେମାନେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସେମାନେ ଉପାୟ ଖୋଜି ବସିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲେ।


ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ।


Swiv nou:

Piblisite


Piblisite