Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 20:14 - ପବିତ୍ର ବାଇବଲ

14 କୃଷକମାନେ ମାଲିକର ପୁଅକୁ ଦେଖି କୁହାକୁହି ହେଲେ, ‘ଏତ ଜମିମାଲିକର ପୁଅ। ଏ ଜମି ଖଣ୍ଡିକ ତା'ର ହିଁ ହେବ। ଆମ୍ଭେ ତାକୁ ମାରିଦେଲେ ଜମିଟି ଆମ୍ଭରି ହୋଇଯିବ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ମାତ୍ର କୃଷକମାନେ ତାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ।

Gade chapit la Kopi

ଓଡିଆ ବାଇବେଲ

14 ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 କିନ୍ତୁ ଚାଷୀମାନେ ତାକୁ ଦେଖି ପରସ୍ପର ମଧ୍ୟରେ ବିଚାର କଲେ, ‘ଏ ହେଉଛି ମାଲିକର ପୁଅ। ଚାଲ, ଆମେ ତାକୁ ହତ୍ୟା କରିବା, ତାହାହେଲେ ତା’ର ସମ୍ପତ୍ତି ଆମର ହେବ’।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 20:14
20 Referans Kwoze  

ଆମ୍ଭେ ଯଦି ପରମେଶ୍ୱରଙ୍କର ସନ୍ତାନ, ତା'ହେଲେ ପରମେଶ୍ୱର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ୱରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ୟ ଏହି ଆଶୀର୍ବାଦ ପାଇବୁ। କିନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହାହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ୟ ମହିମାର ଅଧିକାରୀ ହେବା।


କିନ୍ତୁ ଏହି ଶେଷ ସମୟରେ ପରମେଶ୍ୱର ଆପଣା ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ୱାରା ସାରା ବିଶ୍ୱ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସେହି ପୁତ୍ର ପରମେଶ୍ୱରଙ୍କ ମହିମା ପ୍ରକାଶ କରନ୍ତି।


ଜୀବନ ଦାନ କରିଥିବା ବ୍ୟକ୍ତିକୁ ତୁମ୍ଭେମାନେ ହତ୍ୟା କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭେମାନେ ବି ଏହା ନିଜ ଆଖିରେ ଦେଖିଅଛୁ।


ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ।


ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ଉପାୟ ଖୋଜୁଥିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।


ଧର୍ମଶାସ୍ତ୍ରୀ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସେମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ତେଣୁ ସେମାନେ ଯୀଶୁଙ୍କୁ ଠିକ୍ ସେତିକିବେଳେ ବନ୍ଦୀ କରିବାକୁ ଗ୍ଭହିଁଲେ। କିନ୍ତୁ ଲୋକମାନେ କାଳେ କ’ଣ କିଛି କରିପକାଇବେ, ସେଥିପାଇଁ ସେମାନେ ଡରୁଥିଲେ।


ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟରେ କଥାବାର୍ତ୍ତା ହେଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା, ତେବେ ସେ ପଗ୍ଭରିବେ, ‘ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’


ଯୀଶୁ ପ୍ରତିଦିନ ମନ୍ଦିରରେ ଉପଦେଶ ଦେଉଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନରେ ମାରି ଦେବାକୁ ଗ୍ଭହୁଁଥିଲେ।


କୁହ, ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା?” ପରମେଶ୍ୱରଙ୍କ ପାଖରୁ ନା ମଣିଷ ପାଖରୁ?” ମୁଖ୍ୟ ଯାଜକ ଓ ପ୍ରାଚୀନ ନେତାମାନେ ଯୀଶୁଙ୍କ ପ୍ରଶ୍ନ ବିଷୟରେ ଆଲୋଚନା କଲେ।” ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, ‘ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା,’ ତେବେ ଯୀଶୁ ପଗ୍ଭରିବେ, ‘ତେବେ ଯୋହନଙ୍କୁ ତୁମ୍ଭେମାନେ କାହିଁକି ବିଶ୍ୱାସ କଲ ନାହିଁ?’


ଶିଷ୍ୟମାନେ ନିଜ ନିଜ ଭିତରେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।”


ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା। ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ।


ଯଦି ତୁମ୍ଭେ ମୋତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ୟ ଦାନ କରିବି। ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହେବେ।


କିଛି ଦିନ ପରେ ଦ୍ରାକ୍ଷା ତୋଳିବା ବେଳ ଆସିଲା। ଜମିମାଲିକ ତାଙ୍କ ଦ୍ରାକ୍ଷା ଭାଗତକ ଆଣିବା ପାଇଁ କେତେକ ଗ୍ଭକରଙ୍କୁ କୃଷକମାନଙ୍କ ପାଖକୁ ପଠାଇଲେ।


“ଜମିମାଲିକ କହିଲା, ‘ଏବେ ମୁଁ କ’ଣ କରିବି? ମୁଁ ମୋ’ ପୁଅକୁ ପଠାଇବି। ମୁଁ ମୋ’ ପୁଅକୁ ଅତ୍ୟଧିକ ଭଲ ପାଏ। ହୁଏତ ମୋ’ ପୁଅକୁ କୃଷକମାନେ ସମ୍ମାନ ଦେଇପାରନ୍ତି।’


ତେଣୁ କୃଷକମାନେ ମାଲିକର ପୁଅକୁ ଜୀବନରେ ମାରିଦେଲେ ଓ ଜମି ବାହାରକୁ ଫିଙ୍ଗି ଦେଲେ। “ଏବେ ଜମିମାଲିକ କ’ଣ କରିବ?


Swiv nou:

Piblisite


Piblisite