Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 2:46 - ପବିତ୍ର ବାଇବଲ

46 ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ତିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ।

Gade chapit la Kopi

ଓଡିଆ ବାଇବେଲ

46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

46 ତୃତୀୟ ଦିନରେ ସେମାନେ ଦେଖିଲେ ଯେ ଯୀଶୁ ମନ୍ଦିରରେ ଇହୁଦୀ ଧର୍ମଗୁରୁମାନଙ୍କ ସହିତ ବସି ସେମାନଙ୍କ କଥା ଶୁଣୁଛନ୍ତି ଓ ସେମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ,

Gade chapit la Kopi




ଲୂକ ଲିଖିତ ସୁସମାଚାର 2:46
13 Referans Kwoze  

ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେଠାରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ୟ ବସିଥିଲେ। ସେମାନେ ଗାଲିଲୀର ପ୍ରତ୍ୟେକ ନଗରରୁ, ଯିହୂଦା ତଥା ଯିରୁଶାଲମରୁ ଆସିଥିଲେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦେବା ପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ।


କିନ୍ତୁ ସେହି ସଭାରେ ଆଇନ ଶିକ୍ଷକ ଗମଲୀୟେଲ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ଯିବା ପାଇଁ ଆଦେଶ ଦେଲେ।


ମୋର ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷା ଦେଇଛନ୍ତି ମୁଁ ଯେପରି କ୍ଳାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରି ପାରିବି, ସେ ପ୍ରତି ପ୍ରଭାତରେ ମୋତେ ଜାଗ୍ରତ କରାନ୍ତି ଓ ବିଦ୍ୟାର୍ଥୀପରି ଶୁଣିବା ପାଇଁ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି।


ଯୂନସ ସମୁଦ୍ରର ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ଓ ତିନିରାତି ଥିଲେ। ସେହିପରି ମନୁଷ୍ୟପୁତ୍ର ତିନି ଦିନ ଓ ତିନିରାତି କବର ଭିତରେ ରହିବେ।


ରିହବିୟାମଙ୍କ କହିବାନୁସାରେ, “ତିନି ଦିନ ପରେ ଯାରବିୟାମ ଓ ଇସ୍ରାଏଲର ସମସ୍ତ ଲୋକ ତାଙ୍କ ନିକଟରେ ପହଞ୍ଚିଲେ।”


ରିହବିୟାମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯାଅ, ତିନି ଦିନ ପରେ ମୋ’ ନିକଟକୁ ଆସ, ମୁଁ କହିବି।” ତେଣୁ ଲୋକମାନେ ଗ୍ଭଲିଗଲେ।


ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ।


ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।


ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ପ୍ରଧାନ ଗୁରୁ, କିନ୍ତୁ ତୁମ୍ଭେ ଏସବୁ କଥା ବୁଝି ପାରୁ ନାହଁ?


ସେହି ଲୋକମାନେ ବ୍ୟବସ୍ଥାର ଶିକ୍ଷାଦାତା ହେବାକୁ ଗ୍ଭହାନ୍ତି। କିନ୍ତୁ ସେମାନେ କ’ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସେମାନେ ଯେଉଁ ବିଷୟ ଗୁଡ଼ିକୁ ନିଶ୍ଚିତ ଭାବେ ଜାଣିବା ଭଳି ଜୋର୍ ଦେଇ କହୁଛନ୍ତି, ସେହି ଶିକ୍ଷାଗୁଡ଼ିକୁ ସେମାନେ ନିଜେ ମଧ୍ୟ ବୁଝି ନ ଥା’ନ୍ତି।


Swiv nou:

Piblisite


Piblisite