Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 2:39 - ପବିତ୍ର ବାଇବଲ

39 ଯୋଷେଫ ଓ ମରିୟମ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ତା'ପରେ ସେମାନେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫେରିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କ୍ରିୟା ସମ୍ପନ୍ନ କରି ଗାଲିଲୀକି, ନିଜ ନଗର ନାଜରିତକୁ ବାହୁଡ଼ିଗଲେ।

Gade chapit la Kopi

ଓଡିଆ ବାଇବେଲ

39 ପରେ ସେମାନେ ପ୍ରଭୁଙ୍କ ମୋଶାଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

39 ପ୍ରଭୁଙ୍କ ବ୍ୟବସ୍ଥା ଅନୁଯାୟୀ ଯାହା ଆବଶ୍ୟକ ଥିଲା, ସେ ସମସ୍ତ ଶେଷ ହେବା ପରେ ଯୋସେଫ ଓ ମରିୟମ ନିଜର ବାସସ୍ଥାନ ଗାଲିଲୀର ନାଜରିତ ସହରକୁ ଫେରିଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 2:39
11 Referans Kwoze  

ଯୋଷେଫ ଦାଉଦଙ୍କ ବଂଶର ହୋଇଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ଯିହୂଦା ପ୍ରଦେଶର ବେ‌ଥ୍‌ଲେହିମକୁ ଗଲେ। ବେ‌ଥ୍‌ଲେହିମ ନଗର ଦାଉଦଙ୍କ ନଗର ନାମରେ ପରିଚିତ ଥିଲା।


ଉତ୍ତରରେ ଯୀଶୁ ତାହାଙ୍କୁ କହିଲେ, “ବର୍ତ୍ତମାନ ପାଇଁ ଏହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ୍, ଯାହା ଉତ୍ତମ ଅଟେ।” ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦେବା ପାଇଁ ରାଜି ହେଲେ।


“ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ।


ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ।


ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା।


ଏଲୀଶାବେଥଙ୍କର ଗର୍ଭର ଷଷ୍ଠ ମାସ ଗ୍ଭଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତରେ ବାସ କରୁଥିବା ଜଣେ କୁମାରୀକନ୍ୟା ପାଖକୁ ପରମେଶ୍ୱର ଦୂତ ଗାବ୍ରିଏଲଙ୍କୁ ପଠାଇଲେ। ଦାଉଦଙ୍କ ବଂଶଜ ଯୋଷେଫ ନାମକ ଜଣେ ପୁରୁଷ ସହିତ ସେ କନ୍ୟାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା।


ତା'ପରେ ସେ ନାଜରିତକୁ ଆସିଲେ। ନାଜରିତରେ ସେ ପ୍ରତିପାଳିତ ହୋଇଥିଲେ। ସବୁଥର ଭଳି ସେ ବିଶ୍ରାମ ଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।


ଯୀଶୁ ସେମାନଙ୍କୁ କହିଲେ, “ମୁଁ ଜାଣିଛି ଯେ, ତୁମ୍ଭେମାନେ ମୋତେ ସେହି ପୁରୁଣା ଉକ୍ତିଟି କହିବ, ‘ଆରେ ବଇଦ, ଆଗ ନିଜକୁ ଭଲ କର।’ ତୁମ୍ଭେ କହିବିକୁ ଗ୍ଭହୁଁଛ, କଫର୍ନାହୂମରେ ତୁମ୍ଭେ ଯାହାସବୁ କରୁଛ ବୋଲି ଆମ୍ଭେମାନେ ଶୁଣିଛୁ, ସେହିସବୁ ଏବେ ନିଜ ପୈତୃକ ନଗରରେ ମଧ୍ୟ କର।”


Swiv nou:

Piblisite


Piblisite