Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 2:36 - ପବିତ୍ର ବାଇବଲ

36 ସେତେବେଳେ ହାନ୍ନା ନାମରେ ଜଣେ ମହିଳା ଭବିଷ୍ୟ‌ଦ୍‌ବକ୍ତ୍ରୀ ମନ୍ଦିର ଭିତରେ ଥିଲେ। ସେ ଆଶେର ବଂଶର ଫିନୂୟେଲଙ୍କ ଝିଅ ଥିଲେ। ହାନ୍ନା ବହୁତ ବୁଢ଼ୀ ହୋଇ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ରହିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ଆଉ, ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର୍ ବଂଶଜ ଫିନୂୟେଲଙ୍କ କନ୍ୟା। ତାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ଵାମୀ ସହିତ ବାସ କରିଥିଲେ ଓ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ।

Gade chapit la Kopi

ଓଡିଆ ବାଇବେଲ

36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା । ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀ ସହିତ ବାସ କରିଥିଲେ ଓ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

36 ଆଶେର୍ ବଂଶଜାତ ଫିନୁଏଲଙ୍କ କନ୍ୟା ହାନ୍ନା ନାମ୍ନୀ ଜଣେ ୮୪ ବର୍ଷ ବୟସ୍କା ବୃଦ୍ଧା ଥିଲେ। ସେ ଜଣେ ଭାବବାଦିନୀ ଥିଲେ। ବିବାହର ମାତ୍ର ସାତ ବର୍ଷ ପରେ ସେ ବିଧବା ହୋଇଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 2:36
18 Referans Kwoze  

ତାହାଙ୍କର ଗ୍ଭରୋଟି ଅବିବାହିତା ଝିଅ ଥିଲେ। ସେମାନେ ଭାବବାଦିନୀ ଥିଲେ।


ଏହା ପରେ ହାରୋଣର ଭଉଣୀ, ଭବିଷ୍ୟ‌ଦ୍‌ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ।


ଭାଇ ଓ ଭଉଣୀମାନେ! ଆତ୍ମିକ ଦାନଗୁଡ଼ିକ ବିଷୟରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି।


ହଁ, ସେତେବେଳେ ମୁଁ ନିଜ ସେବକ ସେବିକାମାନଙ୍କ ଉପରେ ନିଜ ଆତ୍ମା ଢାଳି ଦେବି, ସେମାନେ ଭବିଷ୍ୟ‌ଦ୍‌ବାଣୀ କହିବେ।


ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ। ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।


ତୁମ୍ଭେ ଗହମ କ୍ଷେତ୍ରରେ ଗହମ ସଦୃଶ ଯିଏ ଅମଳ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ହଁ ତୁମ୍ଭେ ଅତ୍ୟଧିକ ବୃଦ୍ଧି ହେଲା ପର୍ଯ୍ୟନ୍ତ ବଞ୍ଚି ରହିବ।


ଏଣୁ ହି‌ଲ୍‌‌‌କିୟ ଯାଜକ, ଅହୀକାମ୍, ଅ‌କ୍‌ବୋର, ଶାଫନ ଓ ଅସାୟ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତି‌କ୍‌ବର ପୁତ୍ର ଶଲ୍ଲୁମର ଭାର୍ଯ୍ୟା ହୁଲଦା ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଗଲେ। ଯିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ଯିରୁଶାଲମର ଦ୍ୱିତୀୟ କୋଠରୀରେ ବାସ କରୁଥିଲା। ସେମାନେ ତା’ ସହିତ କଥାବାର୍ତ୍ତା ହେଲେ।


ସେହି ସମୟରେ ଦବୋରା ନାମକ ଜଣେ ଭବିଷ୍ୟ‌ଦ୍‌ବକ୍ତ୍ରୀ ଥିଲେ। ସେ ଲ‌ପ୍‌ପିଦୋତର ସ୍ତ୍ରୀ ଥିଲେ। ସେ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରପତି ହେଲେ।


ଲେୟା କହିଲେ, “ମୁଁ ବହୁତ ଖୁସୀ! ଯୁବତୀଗଣ ମୋତେ ଆନନ୍ଦିନି ବୋଲିବେ।” ଏଣୁ ସେ ତା'ର ନାମ ଆଶେର ଦେଲେ।


ଆଶେର ପରିବାରବର୍ଗରୁ 12,000 ନପ୍ତାଲି ପରିବାରବର୍ଗରୁ 12,000 ମନଃଶି ପରିବାରବର୍ଗରୁ 12,000


ଏହି ଭୂମିର ପଞ୍ଚମ ଅଂଶ ଆଶେର ପରିବାରବର୍ଗମାନେ ପାଇଲେ। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ସେହି ଭୂମିର ଏକ ଅଂଶ ପାଇଲେ।


ଇ‌ଲ୍‌କାନାର ଦୁଇଟି ସ୍ତ୍ରୀ ଥିଲେ, ଜଣକର ନାମ ଥିଲା ହାନ୍ନା ଓ ଅନ୍ୟ ଜଣକର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।


ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁ କନ୍ୟାଗଣ ଆପଣା ଆପଣା ହୃଦୟରୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି, ସେମାନଙ୍କ ବିରୁଦ୍ଧରେ ତୁମ୍ଭ ମୁଖ ରଖ ଓ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ,


ଲୋକମାନଙ୍କ ମନ ଭିତରେ ଥିବା ଗୋପନକଥା ପ୍ରକାଶିତ ହେବ। ସେହି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।”


ସେ ସେହି ସମୟରେ ଶିଶୁ ଓ ତା'ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ।


ପ୍ରତ୍ୟେକ ସ୍ତ୍ରୀ ମସ୍ତକ ଆଚ୍ଛାଦନ କରି ଭବିଷ୍ୟଦ୍‌‌ବାଣୀ ଓ ପ୍ରାର୍ଥନା କରିବା ଉଚିତ୍। ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ବା ଭବିଷ୍ୟଦ୍‌‌ବାଣୀ କହେ, ସେ ନିଜର ମସ୍ତକର ଅପମାନ କରେ। ଏହା ସେହି ସ୍ତ୍ରୀଲୋକର ମୁଣ୍ଡରେ ବାଳ ନ ଥିବା ସମାନ।


ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର।


ବିଧବା ତାଲିକା (ସେବାକାର୍ଯ୍ୟରେ) ଆହୁରି ମଧ୍ୟ ଯୋଗ କରାଯାଇପାରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତା'ଠାରୁ ଅଧିକ ବୟସର ହୋଇଥିବେ। ସେ କେବଳ ସ୍ୱାମୀର ବିଶ୍ୱସ୍ତ ହୋଇଥିବେ।


Swiv nou:

Piblisite


Piblisite