ଲୂକ ଲିଖିତ ସୁସମାଚାର 2:25 - ପବିତ୍ର ବାଇବଲ25 ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)25 ଆଉ ଦେଖ, ଯିରୂଶାଲମରେ ଶିମୀୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ଵନା ଅପେକ୍ଷା କରୁଥିଲେ, ପୁଣି ପବିତ୍ର ଆତ୍ମା ତାଙ୍କଠାରେ ଅଧିଷ୍ଠାନ କରିଥିଲେ। Gade chapit laଓଡିଆ ବାଇବେଲ25 ଆଉ ଦେଖ, ଯିରୂଶାଲମରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ । Gade chapit laପବିତ୍ର ବାଇବଲ (CL) NT (BSI)25 ସେତେବେଳେ ଯିରୁଶାଲମରେ ଶିମିୟୋନ୍ ନାମକ ଜଣେ ଧାର୍ମିକ ଓ ଭକ୍ତ ବାସ କରୁଥିଲେ। ସେ ଇଶ୍ରାୟେଲ ଜାତିର ମୁକ୍ତି ସାଧନ ସମୟକୁ ଅପେକ୍ଷା କରୁଥିଲେ। ତାଙ୍କଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରିଥିଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT25 ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ। Gade chapit la |
ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।”