Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 2:2 - ପବିତ୍ର ବାଇବଲ

2 ଏହା ପ୍ରଥମ ଜନଗଣନା ଥିଲା। କ୍ୱିରୀଣିୟ ସୁରିୟାର ରାଜ୍ୟପାଳ ଥିବା ସମୟରେ ଏହା ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସୁରିଆର ଶାସନକର୍ତ୍ତା କ୍ଵିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମ ଲେଖା ହୋଇଥିଲା।

Gade chapit la Kopi

ଓଡିଆ ବାଇବେଲ

2 ସିରିୟାର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମଲେଖା ହୋଇଥିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 କ୍ୱିରିନିୟସ୍ ସିରିଆର ରାଜ୍ୟପାଳ ଥିବା ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସିରିୟା ପ୍ରଦେଶର ଶାସନକର୍ତ୍ତା କ୍ୱିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ଜନଗଣନା ହୋଇଥିଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 2:2
9 Referans Kwoze  

ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା। ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ, ଗାଲିଲୀର ଶାସକ ହେରୋଦ, ଇତୂରିୟା ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲି‌ପ୍‌ପ ଓ ଅବିଲୀନୀର ଶାସକ ଲୂସାନିୟା, ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।


ତା'ପରେ ରାଜା, ରାଜ୍ୟପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ।


“ମହାମହିମ ରାଜ୍ୟପାଳ ଫେଲୀ‌କ୍‌ସଙ୍କୁ କ୍ଳାଉଦିଅ ଲୂସିୟାଙ୍କର ନମସ୍କାର।


ଗାଲ୍ଲିୟୋନ୍ ଆଖାୟାର ରାଜ୍ୟପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସେମାନେ ତାହାଙ୍କୁ ଅଦାଲତକୁ ନେଇଗଲେ।


ସେହି ବର୍ଯୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ। ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗ୍ଭହୁଁଥିଲେ। ତେଣୁ ସେ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କୁ ଡକାଇ ପଠାଇଲେ।


ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ଯିହୂଦା ନାମକ ଜଣେ ବ୍ୟକ୍ତି ବାହାରିଲେ। ସେ ମଧ୍ୟ କେତେକ ଲୋକଙ୍କୁ ନିଜର ଶିଷ୍ୟ କଲେ। କିନ୍ତୁ ତାହାଙ୍କୁ ମଧ୍ୟ ହତ୍ୟା କରାଗଲା। ତାହାଙ୍କର ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ।


ସମଗ୍ର ସୁରିୟା ଦେଶରେ ତାହାଙ୍କର ସମାଗ୍ଭର ବ୍ୟାପିଗଲା, ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛାରୋଗୀ ଓ ପକ୍ଷାଘାତରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ।


ସେହି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଶର ଲୋକମାନଙ୍କ ଉଦ୍ଦେଶ୍ୟରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘୋଷଣା କରାଗଲା। ଆଜ୍ଞାଟି କୁହେ ଯେ, ସମସ୍ତେ ଜନଗଣନା ପାଇଁ ନିଜ ନିଜ ନାମର ପଞ୍ଜୀକରଣ କରିବେ।


ତେଣୁ ପ୍ରତ୍ୟେକ ଲୋକ ନାମ ପଞ୍ଜୀକରଣ କରିବା ପାଇଁ ନିଜ ନିଜ ନଗରକୁ ଗଲେ।


Swiv nou:

Piblisite


Piblisite