Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 19:47 - ପବିତ୍ର ବାଇବଲ

47 ଯୀଶୁ ପ୍ରତିଦିନ ମନ୍ଦିରରେ ଉପଦେଶ ଦେଉଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନରେ ମାରି ଦେବାକୁ ଗ୍ଭହୁଁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

47 ଆଉ, ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,

Gade chapit la Kopi

ଓଡିଆ ବାଇବେଲ

47 ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

47 ପ୍ରତିଦିନ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିଲେ। ମୁଖ୍ୟ ଯାଜକ, ଧର୍ମଗୁରୁ ଓ ନେତାମାନେ ତାଙ୍କୁ ବଧ କରିବା ପାଇଁ ଉପାୟ ଖୋଜିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

47 ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,

Gade chapit la Kopi




ଲୂକ ଲିଖିତ ସୁସମାଚାର 19:47
17 Referans Kwoze  

ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ।


ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, “ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟିଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସରରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତେବେଳେ ତୁମ୍ଭେ ମୋତେ ବନ୍ଦୀ କରିଲ ନାହିଁ।


ଯୀଶୁ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ସବୁବେଳେ ଖୋଲାଖୋଲି ଭାବେ ଶିକ୍ଷା ଦେଇଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିରରେ ଶିକ୍ଷା ଦେଇ ଆସିଛି। ସେଠାରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ।


ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ ହାତରୁ ଖସିଗଲେ।


ଲୋକମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଗ୍ଭହିଁଲେ। କିନ୍ତୁ କେହି ଜଣେ ହେଲେ ଏହା କରିବାକୁ ଚେଷ୍ଟା କଲେ ନାହିଁ।


ଏହା ସତ୍ୟ ଯେ ମୋଶା ତୁମ୍ଭକୁ ନିୟମ (ବ୍ୟବସ୍ଥା) ଦେଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି ସେ ନିୟମ ମାନୁ ନାହଁ। ତୁମ୍ଭେ ମୋତେ କାହିଁକି ମାରି ଦେବା ପାଇଁ ଚେଷ୍ଟା କରୁଛ?”


ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳରେ ବନ୍ଦୀ କରି ତା'ପରେ ମାରି ଦେବା ପାଇଁ ଉପାୟ ଖୋଜୁ ଥିଲେ।


ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସେମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେମାନେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସେମାନେ ଉପାୟ ଖୋଜି ବସିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲେ।


ଯୀଶୁ ମନ୍ଦିର ପରିସରକୁ ଗଲେ। ସେଠାରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନଯାଜକ ଓ ଲୋକମାନଙ୍କର ପ୍ରାଚୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାରରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”


ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେବା ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତେବେଳେ ତୁମ୍ଭେମାନେ ମୋତେ ବନ୍ଦୀ କରି ନ ଥିଲ। କିନ୍ତୁ ଶାସ୍ତ୍ରରେ ଯାହା ଲେଖା ଯାଇଛି ତାହା ଯେପରି ସତ୍ୟ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।”


କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ୟାନ ଦେଇ ଶୁଣୁଥିଲେ। ସେମାନେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ’ଣ କରିବେ ବୋଲି କିଛି ସ୍ଥିର କରି ପାରୁ ନ ଥିଲେ।


ଧର୍ମଶାସ୍ତ୍ରୀ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସେମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ତେଣୁ ସେମାନେ ଯୀଶୁଙ୍କୁ ଠିକ୍ ସେତିକିବେଳେ ବନ୍ଦୀ କରିବାକୁ ଗ୍ଭହିଁଲେ। କିନ୍ତୁ ଲୋକମାନେ କାଳେ କ’ଣ କିଛି କରିପକାଇବେ, ସେଥିପାଇଁ ସେମାନେ ଡରୁଥିଲେ।


Swiv nou:

Piblisite


Piblisite