Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 19:27 - ପବିତ୍ର ବାଇବଲ

27 ବର୍ତ୍ତମାନ ମୋର ଶତ୍ରୁମାନେ କାହାନ୍ତି? ମୁଁ ସେମାନଙ୍କର ରାଜା ନ ହୁଏ ବୋଲି ଯେଉଁମାନେ ଗ୍ଭହୁଁଥିଲେ। ସେମାନେ କାହାନ୍ତି? ମୋ’ ଶତ୍ରୁମାନଙ୍କୁ ଏଠାକୁ ଆଣ। ସେମାନଙ୍କୁ ମୋ’ ଆଖି ଆଗରେ ମାରିଦିଅ।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ରାଜତ୍ଵ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର।

Gade chapit la Kopi

ଓଡିଆ ବାଇବେଲ

27 କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

27 ବର୍ତ୍ତମାନ ମୋର ଯେଉଁ ଶତ୍ରୁମାନେ ମୋତେ ରାଜା କରିବାକୁ ଇଚ୍ଛା କରୁ ନ ଥିଲେ, ସେମାନଙ୍କୁ ଏଠାକୁ ଆଣ ଓ ମୋ’ ଆଗରେ ସେମାନଙ୍କୁ ବଧ କର’।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 କିନ୍ତୁ ମୋହର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋହର ସାକ୍ଷାତରେ ହତ୍ୟା କର।’”

Gade chapit la Kopi




ଲୂକ ଲିଖିତ ସୁସମାଚାର 19:27
23 Referans Kwoze  

ସେହି ବ୍ୟକ୍ତିଙ୍କୁ ସେ ରାଜ୍ୟର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସେମାନେ ତାହାଙ୍କ ପଛରେ ଦଳେ ଲୋକଙ୍କୁ ସେଠାକୁ ପଠାଇଲେ। ସେଠାକୁ ଯାଇ ଏହି ଦଳର ଲୋକମାନେ କହିଲେ, ‘ଆମ୍ଭେ ଗ୍ଭହୁଁନା ଯେ, ସେହି ବ୍ୟକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।’


ତା'ପରେ ଖ୍ରୀଷ୍ଟ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ। ସେଠାରେ ଖ୍ରୀଷ୍ଟ ଏବେ ନିଜ ଶତ୍ରୁମାନଙ୍କୁ ତାହାଙ୍କ ଶକ୍ତି ତଳେ ରହିବା ପାଇଁ ଅପେକ୍ଷାରେ ଅଛନ୍ତି।


ରାଜା ଖୁବ୍ ରାଗିଗଲେ। ତାହାଙ୍କ ଗ୍ଭକରମାନଙ୍କୁ ଯେଉଁମାନେ ମାରିଦେଲେ, ସେମାନଙ୍କୁ ମାରିଦେବା ପାଇଁ ରାଜା ସୈନ୍ୟ ପଠାଇଲେ। ସୈନ୍ୟମାନେ ସେହି ହତ୍ୟାକାରୀମାନଙ୍କୁ ମାରିଦେଲେ ଓ ତାହାଙ୍କ ନଗରକୁ ପୋଡ଼ିଦେଲେ।


ପରମେଶ୍ୱର କେତେବେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦେବେ, ସେହି ସମୟ ବିଷୟରେ ଭବିଷ୍ୟ‌ଦ୍‌ବକ୍ତାମାନେ ଅନେକ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସେହି ସମୟ ବିଷୟରେ କହୁଛି, ଯେତେବେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ।


କିନ୍ତୁ, ସେ ତାଙ୍କର ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ବନ୍ୟାଜଳ ପରି ସେମାନେ ଧୋଇ ହୋଇଯିବେ। ସେ ଅନ୍ଧକାରରେ ଶତ୍ରୁମାନଙ୍କୁ ଗୋଡ଼ାଇବେ।


ତୁମ୍ଭେ ସେହି ରାଜ୍ୟସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ୱଂସ କରିଦେଇ ପାରିବ।”


ସେ ଆସି ସେହି କୃଷକମାନଙ୍କୁ ଜୀବନରେ ମାରିଦେବ। ତା'ପରେ ସେହି ଜମିଟିକୁ ଆଉ କେତେକ କୃଷକଙ୍କୁ ଭାଗ ଦେଇଦେବେ।” ଲୋକମାନେ ଏହି ଦୃଷ୍ଟାନ୍ତଟି ଶୁଣିଲେ ଓ ସେମାନେ କହିଲେ, “ଯେ, ଏ କଥା କେବେ ହେଲେ ନ ହେଉ।”


ସଦାପ୍ରଭୁ ଈର୍ଷାପରାୟଣ ଏବଂ ପ୍ରତିଶୋଧ ପରାୟଣ। ସେ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପରେ ସେ ପ୍ରତିଶୋଧ ନିଅନ୍ତି। ସେ ତାଙ୍କର ଶତ୍ରୁମାନଙ୍କ ଉପରେ ରାଗନ୍ତି।


ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ୱର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ।


କେତେକ ଲୋକଙ୍କୁ ସୈନ୍ୟମାନେ ମାରି ଦେବେ। ଅନ୍ୟ କେତେକଙ୍କୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆଯିବ। ଅଣଯିହୂଦୀଲୋକ ସେମାନଙ୍କର ସମୟ ଶେଷ ନ ହେବା ପର୍ଯ୍ୟନ୍ତ ପବିତ୍ର ନଗର ଯିରୁଶାଲମକୁ ପଦଦଳିତ କରିବେ।


ପୁଣି ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ଆନନ୍ଦିତ ହେବ। ଆଉ ତୁମ୍ଭମାନଙ୍କ ଅସ୍ଥି ନୂତନ ତୃଣ ସଦୃଶ ସତେଜ ହେବ। ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ଉପରେ ପ୍ରକାଶିତ ହେବ। ଆଉ ମଧ୍ୟ ସେ ନିଜ ଶତ୍ରୁମାନଙ୍କ ଉପରେ କୁପିତ ହେବେ।


ତା'ପରେ ଲୋକମାନେ ଶାମୁୟେଲଙ୍କୁ ପଗ୍ଭରିଲେ, “ଯେଉଁମାନେ ଶାଉଲଙ୍କୁ ବିରୁଦ୍ଧ କରୁଥିଲେ ସେମାନେ କେଉଁଠି ଅଛନ୍ତି। ସେ ଲୋକମାନଙ୍କୁ ଆମ୍ଭେ ହତ୍ୟା କରିବୁ।”


ମାତ୍ର ଯେଉଁ ଲୋକ ତାକୁ ସ୍ପର୍ଶ କରିବ, ଲୌହ ଓ କାଠର ବର୍ଚ୍ଛାଦଣ୍ଡରେ ସେମାନେ ଆଘାତ ପ୍ରାପ୍ତ ହେବ। ହଁ ସେଗୁଡ଼ିକ କଣ୍ଟା ତୁଲ୍ୟ। ସେଗୁଡ଼ିକ ନିଆଁରେ ପୋଡ଼ାଯିବ।”


ଏହା ମୋର ଶତ୍ରୁଗଣ ମୋ’ ବିଷୟରେ କହନ୍ତି, ମୁଁ ଆଶାକରେ ମୋ’ ବିରୁଦ୍ଧରେ ଯିଏ ଦୁଷ୍ଟକଥା କୁହେ ସଦାପ୍ରଭୁ ଏହିସବୁ ବିଷୟ ସେହି ଲୋକମାନଙ୍କ ପ୍ରତି କରନ୍ତୁ।


Swiv nou:

Piblisite


Piblisite