Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 19:10 - ପବିତ୍ର ବାଇବଲ

10 ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜିବାକୁ ଓ ସେମାନଙ୍କୁ ରକ୍ଷା କରିବାକୁ ଆସିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

10 କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜି ରକ୍ଷା କରିବା ନିମନ୍ତେ ଆସିଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 19:10
17 Referans Kwoze  

“ହଜି ଯାଇଥିବା ମେଷମାନଙ୍କୁ ମୁଁ ଅନ୍ୱେଷଣ କରିବି ଆଉ ଛିନ୍ନଭିନ୍ନ ହୋଇଥିବା ମେଷମାନଙ୍କୁ ଫେରାଇ ଆଣିବି। ଏବଂ ଆହତ ମେଷର କ୍ଷତରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସେହି ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବି ଓ ଯଥାର୍ଥ ଭାବେ ସେମାନଙ୍କୁ ମଣିବି।”


ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।” ‌‌‌‌‌‌‌‌


ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ।


ଯୀଶୁ କହିଲେ, “ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକ (ଯିହୂଦୀ) ମାନଙ୍କ ପାଇଁ ପଠାଇଛନ୍ତି।”


କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସୀ ହେବା ଓ ଭୋଜି କରିବା ଉଚିତ୍।’”


ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଖକୁ ଆସନ୍ତି, ସେମାନଙ୍କୁ ଯୀଶୁ ପରିତ୍ରାଣ ଦେଇ ପାରିବେ। ସେ ନିତ୍ୟ ଜୀବିତ ହେବାରୁ, ଲୋକେ ଯେତେବେଳେ ପରମେଶ୍ୱରଙ୍କ ପାଖକୁ ଆସିବେ, ଯୀଶୁ ସେମାନଙ୍କୁ ସର୍ବଦା ସାହାଯ୍ୟ କରି ପାରିବେ।


ବରଂ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯିବ। ସେମାନେ ହଜିଯାଇଥିବା ମେଷ ଭଳି।


“ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି।


ଯେପରି ଜଣେ ମେଷପାଳକ ନିଜର ଛିନ୍ନଭିନ୍ନ ମେଷମାନଙ୍କର ଅନୁସନ୍ଧାନ କରେ, ସେହିପରି ମୁଁ ମୋର ମେଷମାନଙ୍କର ତତ୍ତ୍ୱାବଧାନ କରିବି। ଆଉ ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେସବୁ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବି।


ଯେଉଁମାନେ ହଜିଯାଇଛନ୍ତି ମନୁଷ୍ୟପୁତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି।


ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ।


“ମନେକର ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେହି ସ୍ତ୍ରୀଲୋକଟି ଆଲୁଅ ଲଗେଇ ଘର ସାରା ଭଲ କରି ଓଳେଇ ପକେଇବ ଓ ରୂପା ମୁଦ୍ରାଟି ନ ପାଇବା ପର୍ଯ୍ୟନ୍ତ ଗ୍ଭରିଆଡ଼େ ଖୋଜିବ।


Swiv nou:

Piblisite


Piblisite