Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 18:39 - ପବିତ୍ର ବାଇବଲ

39 ଆଗରେ ଯାଉଥିବା ଲୋକମାନେ ଅନ୍ଧକୁ ଧମକ ଦେଲେ। ସେମାନେ ଅନ୍ଧକୁ ଚୁପ୍ ରହିବାକୁ କହିଲେ। କିନ୍ତୁ ସେ ଆହୁରି ଜୋ‌ର୍‌ରେ ପାଟିକରି କହିଲା, “ହେ ଦାଉଦଙ୍କ ପୁତ୍ର, ଦୟାକରି ମୋତେ ସାହାଯ୍ୟ କରନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚ ସ୍ଵରରେ କହିବାକୁ ଲାଗିଲା, ହେ ଦାଉଦ-ସନ୍ତାନ, ମୋତେ ଦୟା କରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

39 ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ମୋତେ ଦୟା କରନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

39 ଆଗରେ ଥିବା ଲୋକମାନେ ତାକୁ ଧମକ ଦେଇ ତୁନି ହେବା ପାଇଁ କହିଲେ। କିନ୍ତୁ ସେ ଆହୁରି ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲା, “ହେ ଦାଉଦ ସନ୍ତାନ! ମୋତେ ଦୟା କର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ ମୋତେ ଦୟା କରନ୍ତୁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 18:39
16 Referans Kwoze  

ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର। ଯଥା ଶୀଘ୍ର ମୋତେ ସାହାଯ୍ୟ କର।


କେତେକ ଲୋକ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସେହି ପିଲାମାନଙ୍କୁ କେବଳ ଛୁଇଁବେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଲୋକମାନଙ୍କୁ ଏହା ନ କରିବାକୁ କହିଲେ।


ମୁଁ ପ୍ରଭୁଙ୍କୁ ତିନିଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମୋ'ଠାରୁ ଦୂରେଇ ନିଅନ୍ତୁ।


ଜନଗହଳିରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭର ଶିଷ୍ୟମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।”


ଅନ୍ଧଟି ଉତ୍ତେଜିତ ହୋଇ ପଡ଼ିଲା ଓ କହିଲା, “ଦାଉଦଙ୍କ ପୁତ୍ର ଯୀଶୁ ଦୟାକରି ମୋତେ ସାହାଯ୍ୟ କର।”


ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ,


“ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭେମାନେ ଈଶ୍ୱର ଜ୍ଞାନର ଗ୍ଭବିକାଠି ଲୁଚେଇ ଦେଲ। ନିଜ ଐଶ୍ୱରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଗ୍ଭହୁଁ ଥିଲେ, ସେମାନଙ୍କୁ ମଧ୍ୟ ଶିଖିବାକୁ ଦେଲ ନାହିଁ।”


ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, “ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅ ନାହିଁ।”


“ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ। ଖୋଜ ଏବଂ ତୁମ୍ଭେ ପାଇବ। ଦ୍ୱାରରେ ଠ‌କ୍‌ ଠକ୍ କର ଓ ତାହା ତୁମ୍ଭପାଇଁ ଖୋଲିଯିବ।


ଯୀଶୁ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି?” ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡ଼ିକୁ ଧମକ ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା, ତା'ପରେ ସେଠାରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।


ଯୀଶୁ ସେହି ସ୍ଥାନ ଛାଡ଼ି ଯାଉଥିବା ସମୟରେ ଦୁଇଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସେମାନେ ପାଟି କରି କହୁଥିଲେ, “ହେ ଦାଉଦଙ୍କ ପୁତ୍ର, ଆମ୍ଭମାନଙ୍କୁ ଦୟା କର।”


ଯୀଶୁ ସେଠାରେ ଅଟକି ଗଲେ, ସେ ଆଜ୍ଞା ଦେଲେ, “ତାହାକୁ ମୋ’ ପାଖକୁ ଆଣ।” ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଗ୍ଭରିଲେ,


Swiv nou:

Piblisite


Piblisite