ଲୂକ ଲିଖିତ ସୁସମାଚାର 18:14 - ପବିତ୍ର ବାଇବଲ14 ମୁଁ ତୁମ୍ଭମାନଙ୍କୁ କହୁଛି, ‘ଏହି ଲୋକଟି ଯେତେବେଳେ ତା'ର ପ୍ରାର୍ଥନା ଶେଷ କରି ତା’ ଘରକୁ ଫେରିଗଲା, ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ, ସେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ୍ ବୋଲି ଭାବେ, ତାକୁ ହୀନ କରି ଦିଆଯିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ୍ କରାଯିବ।” Gade chapit laପବିତ୍ର ବାଇବଲ (Re-edited) - (BSI)14 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ ଏହି ଲୋକ ଧାର୍ମିକ ଗଣିତ ହୋଇ ଆପଣା ଗୃହକୁ ଚାଲିଗଲା; କାରଣ ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ। Gade chapit laଓଡିଆ ବାଇବେଲ14 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ କର ଆଦାୟକାରୀ ଧାର୍ମିକ ଗଣିତ ହୋଇ ନିଜ ଘରକୁ ଚାଲିଗଲା; କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ । Gade chapit laପବିତ୍ର ବାଇବଲ (CL) NT (BSI)14 ଯୀଶୁ କହିଲେ, “ମୁଁ କହୁଛି, କରଆଦାୟକାରୀ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ ଘରକୁ ଫେରିଲା, କିନ୍ତୁ ଫାରୁଶୀ ନୁହେଁ। କାରଣ ଯେ କେହି ନିଜକୁ ଉନ୍ନତ ବୋଲି ଦେଖାଏ, ତାକୁ ଅବନତ କରାଯିବ। ଯେ ନିଜକୁ ନ୍ୟୁନ କରେ, ତାକୁ ଉନ୍ନତ କରାଯିବ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ କର ଆଦାୟକାରୀ ଧାର୍ମିକ ଗଣିତ ହୋଇ ନିଜ ଘରକୁ ଚାଲିଗଲା; କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।” Gade chapit la |
ଆମ୍ଭେ ଜାଣୁ ଯେ ନିୟମ ପାଳନ ଦ୍ୱାରା କେହି ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୁଏ। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଆମ୍ଭେ ନିୟମ ପାଳନ ପାଇଁ ନୁହେଁ ବରଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖିଥିବାରୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। କେବଳ ବ୍ୟବସ୍ଥା ପାଳନ ଦ୍ୱାରା କୌଣସି ଲୋକ ଧାର୍ମିକ ହୋଇପାରେ ନାହିଁ।