Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 17:3 - ପବିତ୍ର ବାଇବଲ

3 ତେଣୁ ସାବଧାନ ରୁହ। “ଯଦି ତୁମ୍ଭର ଭାଇ ପାପ କରେ, ତେବେ ତାକୁ କୁହ ଯେ ଭୁଲ୍ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରେ ନାହିଁ, ତେବେ ତାକୁ କ୍ଷମା ଦିଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ, ସେ ଯଦି ମନ ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ।

Gade chapit la Kopi

ଓଡିଆ ବାଇବେଲ

3 ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ । ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ସତର୍କ ହୁଅ। “ଯଦି ତୁମର ଭାଇ ପାପ କରେ, ତାକୁ ଅନୁଯୋଗ କର ଏବଂ ସେ ଯଦି ଅନୁତାପ କରେ, ତାକୁ କ୍ଷମା ଦିଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ।

Gade chapit la Kopi




ଲୂକ ଲିଖିତ ସୁସମାଚାର 17:3
18 Referans Kwoze  

“ତୁମ୍ଭେ ହୃଦୟରେ ଆପଣା ଭାଇ ପ୍ରତି ଘୃଣାଭାବ ରଖିବ ନାହିଁ। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭ ପ୍ରତି କିଛି ଅନ୍ୟାୟ କରେ ତେବେ ତାକୁ ଅନୁଯୋଗ କରିବ, ମାତ୍ର ତାକୁ କ୍ଷମା ଦେବ। ତା'ହେଲେ ତୁମ୍ଭେ ପାପର ଭାଗି ହେବ ନାହିଁ।


ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, “ପ୍ରଭୁ, ମୋ’ ଭାଇ ଯଦି ମୋ’ ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି? ମୁଁ କ’ଣ ତାକୁ ସାତଥର ପର୍ଯ୍ୟନ୍ତ କ୍ଷମା ଦେବି?”


ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଘୃଣା କରିବ। ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ।


ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭ ଭିତରୁ ଯଦି ଜଣେ ସତ୍ୟରୁ ବିଚଳିତ ହୋଇଯାଏ, ତେବେ ଅନ୍ୟ ଜଣେ ତାହାକୁ ସତ୍ୟକୁ ଫେରାଇ ଆଣିବା ପାଇଁ ସାହାଯ୍ୟ କରୁ।


ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ।


ତୁମ୍ଭେମାନେ ଆପଣା ବିଷୟରେ ସାବଧାନ ହୁଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ ତୁମ୍ଭେମାନେ ପାଶୋରିଯିବ ନାହିଁ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିଷିଦ୍ଧ କୌଣସି ବସ୍ତୁର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ।


କିନ୍ତୁ ସାବଧାନ ହୁଅ। ନିଶ୍ଚିତ ରୂପେ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଦେଖିଥିବା କାର୍ଯ୍ୟଗୁଡ଼ିକ କଦାପି ଭୁଲିବ ନାହିଁ। ତୁମ୍ଭେମାନେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତୁଣୀମାନଙ୍କୁ ସେଗୁଡ଼ିକ ଶିକ୍ଷା ଦିଅ।


ସାବଧାନ! ତୁମ୍ଭେମାନେ ଯେଉଁ ଦେଶକୁ ଯାଉଛ ସେମାନଙ୍କ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭେମାନେ ସେହି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତେବେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହେବ।


ସାବଧାନ ରୁହ, ଯେପରି ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇ ନ ଦିଅ। ଯେପରି ତୁମ୍ଭେ ତୁମ୍ଭର ସମସ୍ତ ପୁରସ୍କାର ପାଇବ, ସେଥିପାଇଁ ଯତ୍ନବାନ ହୁଅ।


ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ।


ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।


“ସାବଧାନ ରୁହ। ତୁମ୍ଭେମାନେ ମଦ୍ୟପାନ କରି ମାତାଲ ହୋଇ ନିଜ ସମୟ ନଷ୍ଟ କର ନାହିଁ। ସାଂସାରିକ ବସ୍ତୁଗୁଡ଼ିକ ବିଷୟରେ ଅତ୍ୟଧିକ ଚିନ୍ତିତ ହୋଇ ପଡ଼ ନାହିଁ। ସେଭଳି କଲେ ତୁମ୍ଭେମାନେ ଜଡ଼ ହୋଇଯିବ ଓ ଉଚିତ୍ କଥା କେବେ ଭାବି ପାରିବ ନାହିଁ। ଏବଂ ତୁମ୍ଭେମାନେ ପ୍ରସ୍ତୁତ ନ ଥିବା ବେଳେ ଅନ୍ତିମକାଳ ଆସି ଯାଇପାରେ।


ମୂର୍ଖକୁ ଶହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁଯୋଗ ଅଧିକ କାଟେ।


ଗୋଟିଏ ଧାର୍ମିକ ଲୋକ ମୋତେ ସୁଧାରି ପାରେ। ତାହା ତାଙ୍କ ପ୍ରତି ବହୁତ ଦୟା ହେବ। ଯଦି ସେ ମୋତେ ସମାଲୋଚନା କରେ, ମୁଁ ଏହା ହାର୍ଦ୍ଦିକ ସ୍ୱାଗତ ଭଳି ଗ୍ରହଣ କରିବି। କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।


“ସେହି ଦିନ ସଦାପ୍ରଭୁ ତୁମ୍ଭମାନଙ୍କୁ ସେହି ଅଗ୍ନିଶିଖାରୁ କଥା କହିବା ସମୟରେ (ହୋରେବରେ) ତୁମ୍ଭେମାନେ ତାଙ୍କର କୌଣସି ମୂର୍ତ୍ତି ଦେଖିଲ ନାହିଁ।


Swiv nou:

Piblisite


Piblisite