Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 17:22 - ପବିତ୍ର ବାଇବଲ

22 ତା'ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଦିନ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ଦିନ ଗୁଡ଼ିକ ମାନଙ୍କ ଭିତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ବାଞ୍ଛା କରିବ, କିନ୍ତୁ ଦେଖିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ, “ସମୟ ଆସିବ, ଯେତେବେଳେ ତୁମେ ମନୁଷ୍ୟପୁତ୍ରଙ୍କ ସମୟର ଅନ୍ତତଃ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖି ପାରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 17:22
11 Referans Kwoze  

କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କ ପାଖରୁ ବରକୁ ଛଡ଼ାଇ ନିଆଯିବ। ସେତେବେଳେ ସେମାନେ ଉପବାସ କରିବେ।”


ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥିବ, ସେପର୍ଯ୍ୟନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡ଼େଇ ନିଆଯିବ। ସେତେବେଳେ ବରଯାତ୍ରୀମାନେ ଦୁଃଖୀ ହେବେ। ତା'ପରେ ସେମାନେ ଉପବାସ କରିବେ।


ଯୀଶୁ କହିଲେ, “ମୋର ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମୋତେ ଖୋଜିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସେଠାକୁ ଆସିପାରିବ ନାହିଁ।


କିନ୍ତୁ ସମୟ ଆସିବ, ବରଙ୍କୁ ସେମାନଙ୍କଠାରୁ ଦୂରେଇ ନିଆଯିବ। ସେତେବେଳେ ସେମାନେ (ବର ଯାତ୍ରୀମାନେ) ଉପବାସ କରିବେ।


ଯୀଶୁ କହିଲେ, “ତୁମ୍ଭମାନଙ୍କ ପାଖରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖରେ ଥିବା ପର୍ଯ୍ୟନ୍ତ ଗ୍ଭଲ। ତେବେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାରରେ ଗ୍ଭଲୁଥିବା ବ୍ୟକ୍ତି କେଉଁଆଡ଼େ ଯାଉଛି ଜାଣି ପାରେ ନାହିଁ।


ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡ଼ି ଦିଆଯିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କଥା ନ କହିବ, ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସନ୍ତି, ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କରନ୍ତୁ’, ‘ସେହି ସମୟ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ପୁନର୍ବାର ଦେଖି ପାରିବ ନାହିଁ।’”


Swiv nou:

Piblisite


Piblisite