Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 17:18 - ପବିତ୍ର ବାଇବଲ

18 ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତେବେ ଆଉ ନଅଜଣ କାହାନ୍ତି? ଈଶ୍ଵରଙ୍କୁ ଗୌରବ ଦେବା ନିମନ୍ତେ ଏହି ବିଜାତି ଲୋକଟି ଛଡ଼ା କଅଣ ଆଉ କେହି ବାହୁଡ଼ିଆସି ନାହିଁ?

Gade chapit la Kopi

ଓଡିଆ ବାଇବେଲ

18 ତେବେ ଆଉ ନଅ ଜଣ କାହାନ୍ତି ? ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୂଦୀ ଲୋକଟି ଛଡ଼ା କ'ଣ ଆଉ କେହି ଫେରିଆସି ନାହିଁ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 କାହିଁକି କେବଳ ଏହି ବିଦେଶୀୟ ଲୋକଟି ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ଫେରି ଆସିଲା?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?”

Gade chapit la Kopi




ଲୂକ ଲିଖିତ ସୁସମାଚାର 17:18
12 Referans Kwoze  

ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ ଏବଂ ଯେକେହି ସ‌‌‌ତ୍‌‌‌ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”


କିନ୍ତୁ ପରମେଶ୍ୱର କରିଥିବା କାର୍ଯ୍ୟଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସେମାନେ ପରମେଶ୍ୱରଙ୍କ ଉପଦେଶ ଶୁଣିଲେ ନାହିଁ।


ସେହି ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ କହିଲେ, “ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ୱରଙ୍କ ଦ୍ୱାରା ଲୋକମାନଙ୍କୁ ବିଗ୍ଭର କରିବା ସମୟ ଉପସ୍ଥିତ। ପରମେଶ୍ୱରଙ୍କର ଉପାସନା କର। ସେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।”


ସେମାନେ ସଦାପ୍ରଭୁଙ୍କୁ ମହିମା ଦିଅନ୍ତୁ ଓ ଦ୍ୱୀପ ସମୂହ ମଧ୍ୟରେ ତାଙ୍କର ପ୍ରଶଂସା ପ୍ରଗ୍ଭର କରନ୍ତୁ।


“ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶେଷରେ ଅଛନ୍ତି, ଭବିଷ୍ୟତରେ ସେମାନେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁ ଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନ ପାଇବେ।”


କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନରେ ଅଛନ୍ତି, ଭବିଷ୍ୟତରେ ସେମାନଙ୍କ ଭିତରୁ ବହୁତ ଲୋକ ଶେଷ ସ୍ଥାନରେ ରହିଯିବେ। ଏବଂ ଏବେ ଶେଷ ସ୍ଥାନରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ୟତରେ ପ୍ରଥମସ୍ଥାନ ଲାଭ କରିବେ।


କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବ। ସେଠାରେ ସେମାନେ କାନ୍ଦି କାନ୍ଦି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ।”


ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ।


ଜମା ହୋଇଥିବା ଲୋକେ ଏ କଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପରମେଶ୍ୱର ଜଣେ ମଣିଷକୁ ଏପରି ଶକ୍ତି ଦେଇଥିବାରୁ ସେମାନେ ପରମେଶ୍ୱରଙ୍କର ମହିମା ଗାନ କଲେ।


ଯୀଶୁ ଉତ୍ତର ଦେଲେ, “ଦଶ ଜଣ ଲୋକ ସୁସ୍ଥ ହେଲେ, ତେବେ ଅନ୍ୟ ନଅ ଜଣ କାହାନ୍ତି?


Swiv nou:

Piblisite


Piblisite