ଲୂକ ଲିଖିତ ସୁସମାଚାର 16:8 - ପବିତ୍ର ବାଇବଲ8 “ପରେ ମାଲିକ ସେହି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲେଇ ଦେଲେ। ତାହାଙ୍କ ଭଳି, ଅନ୍ୟଲୋକମାନଙ୍କ ସହିତ ବ୍ୟବସାୟ କରିବାରେ ଏହି ସାଂସାରିକ ଲୋକମାନେ ଆଧ୍ୟାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର। Gade chapit laପବିତ୍ର ବାଇବଲ (Re-edited) - (BSI)8 ସେହି ଅବିଶ୍ଵସ୍ତ।। ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ସ୍ଵଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ। Gade chapit laଓଡିଆ ବାଇବେଲ8 ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ । Gade chapit laପବିତ୍ର ବାଇବଲ (CL) NT (BSI)8 “ବେବର୍ତ୍ତାର ଚତୁରତା ଦେଖି ମାଲିକ ମନେ ମନେ ତାକୁ ତାରିଖ ପଲେ। ଏହି ଯୁଗର ଲୋକମାନେ ନିଜର କାର୍ଯ୍ୟ ସାଧନ କରିବାରେ ଆଲୋକ ସନ୍ତାନମାନଙ୍କ ଅପେକ୍ଷା ଅଧିକ ଚତୁର। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ। Gade chapit la |
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରୟୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାଯ୍ୟ ପାଇଁ ଆସନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସେହି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସେମାନଙ୍କର ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କର। ସେମାନଙ୍କର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ଯେ, ଯାହା ସବୁଦିନ ପାଇଁ ସେମାନଙ୍କର ଆବଶ୍ୟକତା ପୂରଣ କରିବ।
ବର୍ତ୍ତମାନ ବାଲ୍ର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ, ତା'ର ସମସ୍ତ ପୂଜକଙ୍କୁ ଓ ତା'ର ସମସ୍ତ ଯାଜକମାନଙ୍କୁ ମୋ’ ନିକଟକୁ ଡାକ। ଦେଖ ଯେକେହି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ୟରେ ମୋର ଏକ ବଡ଼ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚୟ ହତ୍ୟା କରାଯିବ।” ଯେହୂ ସେମାନଙ୍କ ସହିତ ଛଳନା କଲେ, ତାଙ୍କର ପ୍ରକୃତ ଅଭିପ୍ରାୟ ଥିଲା ବାଲ୍ର ସମସ୍ତ ଯାଜକ ଓ ପୂଜକମାନଙ୍କୁ ହତ୍ୟା କରିବା।