Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 16:14 - ପବିତ୍ର ବାଇବଲ

14 ଫାରୂଶୀମାନେ ଏହିସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏହିସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ବିଦ୍ରୂପ କରିବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

14 ଏହି ସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ଫାରୁଶୀମାନେ ଏହିସବୁ ଶୁଣିବା ପରେ ଯୀଶୁଙ୍କୁ ବିଦ୍ରୂପ କଲେ, କାରଣ ସେମାନେ ଧନ ପ୍ରତି ଆସକ୍ତ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏହିସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 16:14
18 Referans Kwoze  

ଲୋକମାନେ ସେଠାରେ ଠିଆ ହୋଇ ଯୀଶୁଙ୍କୁ ଲକ୍ଷ୍ୟ କରୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଉପହାସ କରୁଥିଲେ। ସେମାନେ କହୁଥିଲେ, “ଯଦି ସେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରନ୍ତୁ। ସେ ଅନ୍ୟ ଲୋକଙ୍କୁ ରକ୍ଷା କରିଥିଲେ। ନୁହେଁ କି?”


କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”


ଯୀଶୁ କହିଲେ, “ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂରରେ ରଖ। ନିଜର ଅଧିକାରରେ ଥିବା ବିପୁଳ ସମ୍ପତ୍ତିରୁ କେହି କେବେ ଜୀବନ ପାଇ ପାରେ ନାହିଁ।”


ତେଣୁ ଆମ୍ଭେ ସେମାନଙ୍କର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦେବା ଓ ସେମାନଙ୍କର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦେବା। କାରଣ ଇସ୍ରାଏଲ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତେ ଲୋଭାସକ୍ତ ଆଉ ଭବିଷ୍ୟ‌ଦ୍‌ବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ଯ୍ୟନ୍ତ ସମସ୍ତେ ମିଥ୍ୟାଚରଣ କରନ୍ତି।


“ଇସ୍ରାଏଲର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ୟ‌ଦ୍‌ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକ ମିଥ୍ୟାଗ୍ଭରୀ।


ସେମାନେ ପେଟୁ କୁକୁର ସଦୃଶ କେବେ ତୃପ୍ତ ହୁଅନ୍ତି ନାହିଁ। ଆଉ ମଧ୍ୟ ସେମାନେ ବିଗ୍ଭରଶୂନ୍ୟ ମେଷପାଳକ। ସେମାନେ ଗ୍ଭରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।


କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ।


ସେହି ସମୟରେ ଲୋକେ କେବଳ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସେମାନେ ଅହଂକାରୀ ଓ ଉଦ୍ଧତ ହେବେ। ଅନ୍ୟ ଲୋକଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ। ପିତାମାତାଙ୍କୁ ମାନିବେ ନାହିଁ। ସେମାନେ ବିଶ୍ୱାସଘାତକ ହେବେ। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନଯାପନ କରିବେ ନାହିଁ।


ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସେମାନେ ଜାଣିଥିଲେ ଯେ ଝିଅଟି ମରିଯାଇଛି।


“ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ।


ଏବଂ ସେମାନେ ମୋ’ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମୋ’ ଲୋକପରି ସେମାନେ ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସେମାନେ ମୋ’ କଥା ମାନନ୍ତି ନାହିଁ। କାରଣ ସେମାନେ କେବଳ ତାହା କରନ୍ତି, ଯାହା ସେମାନେ କରିବାକୁ ଗ୍ଭହାନ୍ତି। ଏବଂ ସେମାନଙ୍କ ହୃଦୟ ଅସାଧୁ ଲାଭ ପାଇଁ ଲୋଭି ଅଟେ।


ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ୟାଗ କଲେ। ସେ ଦୁଃଖ ଓ ଶୋକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଗ୍ଭଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭେମାନେ ତାଙ୍କୁ ସମ୍ମାନ ଦେଲୁ ନାହିଁ।


ଲୋକମାନେ ଭାବନ୍ତି ସେମାନେ ମୋ'ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି, କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।


ଯୀଶୁ ସମସ୍ତଙ୍କୁ କହିଲେ, “ବାହାରିଯାଅ। ଝିଅଟି ମରି ନାହିଁ। ସେ କେବଳ ଶୋଇ ପଡ଼ିଛି।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ।


Swiv nou:

Piblisite


Piblisite