Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 14:7 - ପବିତ୍ର ବାଇବଲ

7 ଯୀଶୁ ଲକ୍ଷ୍ୟ କଲେ ଯେ, କେତେକ ଅତିଥି ବସିବା ପାଇଁ ଭଲ ଆସନଟିଏ ଖୋଜୁଥିଲେ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ:

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି, ନିମନ୍ତ୍ରିତ ଲୋକମାନେ କିପ୍ରକାରେ ପ୍ରଧାନ ପ୍ରଧାନ ଆସନ ବାଛୁଥିଲେ, ଏହା ଲକ୍ଷ୍ୟ କରି ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ,

Gade chapit la Kopi

ଓଡିଆ ବାଇବେଲ

7 ପୁଣି, ନିମନ୍ତ୍ରିତ ଲୋକମାନେ କେମିତି ପ୍ରଧାନ ପ୍ରଧାନ ଆସନ ବାଛୁଥିଲେ, ଏହା ଲକ୍ଷ କରି ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 କେତେକ ଅତିଥି ଶ୍ରେଷ୍ଠ ସ୍ଥାନ ଖୋଜୁ ଥିବାର ଲକ୍ଷ୍ୟ କରି ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ନିମନ୍ତ୍ରିତ ଲୋକମାନେ କେମିତି ପ୍ରଧାନ ପ୍ରଧାନ ଆସନ ବାଛୁଥିଲେ, ଏହା ଲକ୍ଷ୍ୟ କରି ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ,

Gade chapit la Kopi




ଲୂକ ଲିଖିତ ସୁସମାଚାର 14:7
12 Referans Kwoze  

“ହାୟ ଫାରୂଶୀଗଣ! କାରଣ ତୁମ୍ଭେମାନେ ଯିହୂଦୀ ସମାଜଗୃହରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆସନ ଗ୍ଭହୁଁଛ ଓ ହାଟ ବଜାରରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ।


ସ୍ୱାର୍ଥପରତା ଓ ଗର୍ବ ହେତୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।


ଭୋଜିମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ପାଇବାକୁ ସେମାନେ ଭଲ ପାଆନ୍ତି।


“ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସେମାନେ ଗ୍ଭହାନ୍ତି। ହାଟବଜାରରେ ଲୋକେ ତାହାଙ୍କୁ ସମ୍ମାନ ଦେଖାନ୍ତୁ ବୋଲି ସେମାନେ ଭଲ ପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କରେ ସବୁଠାରୁ ଶ୍ରେଷ୍ଠ ଆସନଗୁଡ଼ିକ ପାଇବାକୁ ସେମାନେ ଭଲ ପାଆନ୍ତି। ଭୋଜିମାନଙ୍କରେ ସବୁଠାରୁ ପ୍ରଧାନ ଆସନରେ ବସିବାକୁ ସେମାନେ ଭଲ ପାଆନ୍ତି।


ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସେଠାରେ ନେତା ହୋଇ ରହିବା ପାଇଁ ଗ୍ଭହେଁ।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ପୁତ୍ରଗଣଙ୍କ ନିମନ୍ତେ ଏକ ପ୍ରହେଳିକା ଉପସ୍ଥାପନ କର ଏବଂ ସେମାନଙ୍କୁ ଏକ ନୀତିକଥା କୁହ।


ଯୀଶୁ ସବୁକିଛି କାହାଣୀ ମାଧ୍ୟମରେ କହୁଥିଲେ। ବାସ୍ତବରେ ସେ ସେମାନଙ୍କୁ କାହାଣୀ ମାଧ୍ୟମ ଛଡ଼ା କିଛି କହୁ ନ ଥିଲେ।


ଶୁଣ, ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡାକୁଛନ୍ତି।


ଏହା ପରେ ଶା‌ମ୍‌ଶୋନ୍ ସେହି ତିରିଶ୍ ଜଣ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଏକ ରହସ୍ୟାବୃତ ପ୍ରଶ୍ନ କହିବାକୁ ଗ୍ଭହେଁ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ। ତେବେ ତୁମ୍ଭମାନଙ୍କୁ ମୁଁ ତିରିଶ୍ ରେଶମବସ୍ତ୍ର ଓ ତିରିଶ୍ ଯୋଡ଼ା ପୋଷାକ ଦେବି।


ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।


Swiv nou:

Piblisite


Piblisite