Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 14:26 - ପବିତ୍ର ବାଇବଲ

26 “ଯଦି ଜଣେ ଲୋକ ମୋ’ ପାଖକୁ ଆସେ, କିନ୍ତୁ ଯଦି ମୋ’ ଅପେକ୍ଷା ତା’ ବାପାମା, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ। ଜଣେ ଲୋକକୁ ତା’ ନିଜ ଅପେକ୍ଷା ମୋତେ ଅଧିକ ଭଲ ପାଇବାକୁ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 କେହି ଯେବେ ମୋʼ ନିକଟକୁ ଆସି ଆପଣା ପିତା, ମାତା, ଭାର୍ଯ୍ୟା, ସନ୍ତାନ, ଭ୍ରାତା ଓ ଭଗ୍ନୀମାନଙ୍କୁ, ଏପରିକି ଆପଣା ପ୍ରାଣକୁ ସୁଦ୍ଧା ଅପ୍ରିୟ ଜ୍ଞାନ ନ କରେ, ତେବେ ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

26 କେହି ଯେବେ ମୋ’ ପାଖକୁ ଆସି ନିଜର ବାପା, ମା, ସ୍ତ୍ରୀ, ସନ୍ତାନ, ଭାଇ ଓ ଭଉଣୀମାନଙ୍କୁ ଏପରିକି ନିଜ ପ୍ରାଣକୁ ସୁଦ୍ଧା ଅଧିକ ପ୍ରେମ ନ କରେ, ତେବେ ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 “ଯେ କେହି ମୋ’ ନିକଟକୁ ଆସେ, ସେ ତା’ର ପିତାମାତା, ସ୍ତ୍ରୀ ସନ୍ତାନ, ଭାଇ ଭଉଣୀ, ଏପରିକି ନିଜଠାରୁ ମଧ୍ୟ ମୋତେ ଅଧିକ ପ୍ରେମ ନ କଲେ ମୋର ଶିଷ୍ୟ ହୋଇ ପାରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 “କେହି ଯେବେ ମୋʼ ପାଖକୁ ଆସି ନିଜର ପିତା, ମାତା, ସ୍ତ୍ରୀ, ସନ୍ତାନ, ଭାଇ ଓ ଭଉଣୀମାନଙ୍କୁ ଏପରିକି ନିଜ ପ୍ରାଣକୁ ସୁଦ୍ଧା ମୋʼଠାରୁ ଅଧିକ ପ୍ରିୟ ମନେ କରେ, ତେବେ ସେ ମୋହର ଶିଷ୍ୟ ହୋଇପାରେ ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 14:26
18 Referans Kwoze  

“ଯେଉଁ ଲୋକ ମୋ’ ଅପେକ୍ଷା ତା’ ବାପାମାଙ୍କୁ ଅଧିକ ଭଲ ପାଏ, ତେବେ ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। ଯେଉଁ ଲୋକ ମୋ’ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ।


ନିଜ ଜୀବନକୁ ଭଲ ପାଉଥିବା ବ୍ୟକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ।


ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି।


କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ୱରଙ୍କ ଅନୁଗ୍ରହଜନକ ସୁସମାଗ୍ଭର ଘୋଷଣା କରିବାର ଯେଉଁ କାର୍ଯ୍ୟ ଓ ସେବା ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେଷ୍ଟା କରୁଛି। ଏଥିପାଇଁ ମୋ’ ନିଜର ଜୀବନକୁ ନିତାନ୍ତ ମୂଲ୍ୟହୀନ ମଣୁଅଛି।


ଆମ୍ଭ ଭାଇମାନେ ମେଷଶାବକଙ୍କ ରକ୍ତ ଦ୍ୱାରା ଓ ସେମାନଙ୍କର ପ୍ରଗ୍ଭର ଦ୍ୱାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସେମାନେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିଥିଲେ।


ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲେ, ଆମ୍ଭେ ତାହାକୁ ଦେଖି ନାହୁଁ, ସେ ଆପଣା ଭାଇମାନଙ୍କୁ ମଧ୍ୟ ଚିହ୍ନିଲେ ନାହିଁ କିଅବା ଆପଣା ସନ୍ତାନମାନଙ୍କୁ ଚିହ୍ନିଲେ ନାହିଁ। କିନ୍ତୁ ସେମାନେ ତୁମ୍ଭର ବାକ୍ୟ ମାନି ଅଛନ୍ତି। ତୁମ୍ଭର ନିୟମ ରକ୍ଷା କରିଛନ୍ତି।


ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।”


“ଯଦି କୌଣସି ଲୋକର ଦୁଇଟି ସ୍ତ୍ରୀ ଥାଏ, ସେ ଜଣକୁ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସେହି ଦୁଇଜଣ ଯାକ ତୁମ୍ଭର ପୁତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପୁତ୍ରକୁ ତୁମ୍ଭେ ଭଲ ପାଉ ନ ଥିବା ସ୍ତ୍ରୀ ଜନ୍ମ ଦେଇଥାଏ।


ବହୁତ ଲୋକ ଯୀଶୁଙ୍କ ସହିତ ଯାତ୍ରା କରୁଥିଲେ। ଯୀଶୁ ଲୋକମାନଙ୍କୁ କହିଲେ,


କିନ୍ତୁ ହୋବବ କହିଲା, “ମୁଁ ତୁମ୍ଭମାନଙ୍କ ସହିତ ଯାଉ ନାହିଁ। ମୁଁ ମୋର ନିଜ ଦେଶକୁ ଓ ଆପଣା ଲୋକମାନଙ୍କ ନିକଟକୁ ଫେରିଯିବି।”


ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ। ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।


ମୁଁ ତାହାଙ୍କୁ ପରଖିବାକୁ ଯିବାକୁ ବାହାରିଲିଣି। ଦୟାକରି ମୋତେ କ୍ଷମା କର।’ ତୃତୀୟ ଲୋକଟି କହିଲା, ‘ମୋର ତ ଏବେ ବାହାଘର ହୋଇଛି। ମୁଁ ଯାଇ ପାରିବି ନାହିଁ।’


Swiv nou:

Piblisite


Piblisite