Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 14:10 - ପବିତ୍ର ବାଇବଲ

10 “ତେଣୁ ଯେତେବେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନରେ ବସ। ସେତେବେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, ‘ବନ୍ଧୁ, ତୁମ୍ଭେ ଏଠାରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନରେ ବସ।’ ସେତେବେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ସାକ୍ଷାତରେ ତୁମ୍ଭର ଗୌରବ ହେବ।

Gade chapit la Kopi

ଓଡିଆ ବାଇବେଲ

10 କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ଆଗରେ ତୁମ୍ଭର ଗୌରବ ହେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ବରଂ ତୁମେ ନିମନ୍ତ୍ରିତ ହେଲେ ନିମ୍ନତମ ସ୍ଥାନରେ ବସ; ତାହାହେଲେ ଯଦି ଆତିଥ୍ୟକାରୀ ତୁମ ପାଖକୁ ଆସି କହିବେ, ‘ବନ୍ଧୁ! ଆଗକୁ ଆସି ଭଲ ଆସନରେ ବସ।’ ଅନ୍ୟ ଅତିଥିମାନଙ୍କ ସାକ୍ଷାତରେ ଏହା ତୁମ ପାଇଁ ସମ୍ମାନଜନକ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ‘ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ;’ ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ଆଗରେ ତୁମ୍ଭର ଗୌରବ ହେବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 14:10
5 Referans Kwoze  

ସଦାପ୍ରଭୁଙ୍କର ସମ୍ମାନ ଜ୍ଞାନପ୍ରଦ ଉପଦେଶ ଅଟେ। ଏବଂ ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ।


ଶାମୁୟେଲ କହିଲେ, “ଅତୀତରେ ତୁମ୍ଭେ ନିଜକୁ ମୁଖ୍ୟ ବୋଲି ଭାବୁ ନ ଥିଲ। କିନ୍ତୁ ତା'ପରେ ତୁମ୍ଭେ ଇସ୍ରାଏଲ ପରିବାରବର୍ଗଗୁଡ଼ିକର ମୂଖ୍ୟ ହୋଇ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ଭାବେ ବାଛିଲେ।


ଶୁଣ! ତୁମ୍ଭ ମଧ୍ୟରେ ଶୟତାନର ଗୋଟିଏ ଦଳ ଅଛି। ସେମାନେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ସେମାନେ ମିଥ୍ୟାବାଦୀ। ସେମାନେ ବାସ୍ତବରେ ଯିହୂଦୀ ନୁହନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସେମାନଙ୍କର ମୁଣ୍ଡ ନୁଆଁଇବି। ତେବେ ସେମାନେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ରେମ କରିଛି।


ଯେଉଁମାନେ ତୁମ୍ଭକୁ କଷ୍ଟ ଦେଇଥିଲେ ସେମାନଙ୍କର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହେବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସେମାନେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସେମାନେ ତୁମ୍ଭକୁ ‘ସଦାପ୍ରଭୁଙ୍କର ନଗରୀ ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ’ ବୋଲି ସମ୍ବୋଧନ କରିବେ।


Swiv nou:

Piblisite


Piblisite