Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 13:8 - ପବିତ୍ର ବାଇବଲ

8 କିନ୍ତୁ ଗ୍ଭକରଟି କହିଲା, ‘ମାଲିକ, ଆଉ ବର୍ଷକ ପାଇଁ ଏହାକୁ ଛାଡ଼ିଦିଅ। ମୁଁ ଏହାର ଗ୍ଭରିପଟେ ଗାତ ଖୋଳି ଖତସାର ଦେବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମାତ୍ର ସେ ତାଙ୍କୁ ଉତ୍ତର ଦେଲା, ପ୍ରଭୋ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି,

Gade chapit la Kopi

ଓଡିଆ ବାଇବେଲ

8 ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 କିନ୍ତୁ ମାଳୀ ଉତ୍ତର ଦେଲା, ‘ମହାଶୟ, ଆଉ ମାତ୍ର ଗୋଟିଏ ବର୍ଷ ଏହାକୁ ଛାଡ଼ି ଦିଅନ୍ତୁ; ମୁଁ ଏହାର ଚାରିପାଖ ଖୋଳି ଖତ ଦେବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ‘ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି,

Gade chapit la Kopi




ଲୂକ ଲିଖିତ ସୁସମାଚାର 13:8
17 Referans Kwoze  

ଯଦିଓ କିଛି ଲୋକେ ଏହାକୁ ଡେରି ବୋଲି ଭାବୁଛନ୍ତି, ତଥାପି ପରମେଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବାରେ ଡେରି କରିବେ ନାହିଁ। ବରଂ ପରମେଶ୍ୱର ତୁମ୍ଭ ପ୍ରତି ଧୈର୍ଯ୍ୟବାନ ହେଉଛନ୍ତି। ପରମେଶ୍ୱର କୌଣସି ଲୋକ ନଷ୍ଟ ହେଉ ବୋଲି ଗ୍ଭହାନ୍ତି ନାହିଁ। ପରମେଶ୍ୱର ଗ୍ଭହାନ୍ତି ଯେ ପ୍ରତ୍ୟେକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।


ମୁଁ ଆଶାକରେ ଯେ ନିଜ ଲୋକ ମାନଙ୍କ ଭିତରେ ଉ‌‌‌ଦ୍‌‌‌ଯୋଗ ଆଣି ତାହାଙ୍କ ଭିତରୁ କେତେକ ଲୋକଙ୍କୁ ଉଦ୍ଧାର କରି ପାରିବି।


ସଦାପ୍ରଭୁଙ୍କର ସେବକଗଣ, ଯାଜକମାନେ ମଣ୍ତପ ଓ ଯଜ୍ଞବେଦିରେ ନିଶ୍ଚିତ କାନ୍ଦିବେ ଓ ଆକୁଳରେ ସଦାପ୍ରଭୁଙ୍କୁ ନିବେଦନ କରିବେ, “ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ୱାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅ ନାହିଁ ଏବଂ ସେମାନଙ୍କୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, ‘ତୁମ୍ଭର ସଦାପ୍ରଭୁ କାହାନ୍ତି?’”


ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ, ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ।


ଲୋକେ ମଙ୍ଗଳ ପରିଶୋଧରେ କ’ଣ ଅମଙ୍ଗଳ କରିବେ? ତୁମ୍ଭେ ସ୍ମରଣ କର, ମୁଁ କିପରି ସେମାନଙ୍କର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇଥିଲି ଓ ସେମାନଙ୍କୁ ଦଣ୍ଡ ନ ଦେବା ପାଇଁ କହିଥିଲି। ମାତ୍ର ସେମାନେ ମୋର ବିନାଶ ନିମନ୍ତେ ଗର୍ତ୍ତ ଖୋଳି ଅଛନ୍ତି।


ଅନନ୍ତର ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯଦିଓ ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୋଇ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର। ସେମାନଙ୍କୁ ବାହାରି ଯିବାକୁ କୁହ।


ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ, କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ।


“ହେ ସଦାପ୍ରଭୁ, ଯଦି ତୁମ୍ଭେ ମୋ’ ପ୍ରତି ସଦୟ, ତେବେ ଆମ୍ଭମାନଙ୍କ ସହିତ ଦୟାକରି ଆସ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପ କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।”


ତେଣୁ ସେ ବଗିଗ୍ଭ ଦାୟିତ୍ୱରେ ଥିବା ଗ୍ଭକରକୁ କହିଲା, “ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରିଗଛରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉ ନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥାରେ ସେ ଗଛଟା ମାଟି ଖରାପ କରିବ?’


କାଳେ ଆସନ୍ତା ବର୍ଷ ଗଛରେ ଫଳ ଆସି ପାରେ। ଯଦି ଆସନ୍ତା ବର୍ଷ ଗଛରେ ଫଳ ନ ଆସିବ, ତେବେ ତୁମ୍ଭେ ଏହାକୁ କାଟି ଦେଇପାର।’”


ଏହାକୁ ତୁମ୍ଭେମାନେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ୟ ବ୍ୟବହାର କରି ପାରିବ ନାହିଁ। ଲୋକେ ତାକୁ ଫୋପାଡ଼ି ଦିଅନ୍ତି।” “ଯାହାର ଶୁଣିବାର ଅଛି, ସେ ଶୁଣୁ।”


Swiv nou:

Piblisite


Piblisite