Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 13:4 - ପବିତ୍ର ବାଇବଲ

4 ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡ଼ିଲା, ତୁମ୍ଭେମାନେ କ’ଣ ଭାବୁଛ ଯେ ସେମାନେ ଯିରୁଶାଲମରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କିମ୍ଵା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀ-ଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?

Gade chapit la Kopi

ଓଡିଆ ବାଇବେଲ

4 କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ଶିଲୋହରେ ଗମ୍ବୁଜ ଭୂଷୁଡ଼ି ପଡ଼ିବାରୁ ଯେଉଁ ଅଠର ଜଣ ମରିଗଲେ, ସେମାନଙ୍କ ବିଷୟରେ କ’ଣ ଭାବୁଛ? କ’ଣ ଅନୁମାନ କରୁଛ ଯେ, ଯିରୂଶାଲମରେ ବାସ କରୁଥିବା ଅନ୍ୟ ସମସ୍ତଙ୍କ ଅପେକ୍ଷା ସେମାନେ ଆହୁରି ଦୁଷ୍ଟ ଥିଲେ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀ-ଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?

Gade chapit la Kopi




ଲୂକ ଲିଖିତ ସୁସମାଚାର 13:4
13 Referans Kwoze  

ମି‌‌‌‌ସ୍‌‌‌‌ପା ପ୍ରଦେଶର ଶାସକ କ‌‌‌‌ଲ୍‌‌‌‌‌‌‌ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ୱାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କ‌‌‌‌ବ୍‌‌‌‌ଜା, ଢାଲ, ଅର୍ଗଳସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ଯିବା ପାବଛ ପର୍ଯ୍ୟନ୍ତ ସେ ରାଜାଙ୍କର ରାଜୋଦ୍ୟାନ ଓ ଶେଲା ପୁଷ୍କରୀଣୀ ପ୍ରାଚୀର ମରାମତି କଲେ।


ସେହି ସମୟରେ ଏକ ଝଡ଼ ମରୁଭୂମି ଆଡ଼ୁ ଆସିଲା ଏବଂ ତାଙ୍କର ଘରକୁ ଭାଙ୍ଗି ଦେଲା। ଏବଂ ଆପଣଙ୍କ ପୁଅ ଝିଅମାନଙ୍କ ଉପରେ ପଡ଼ି ସମସ୍ତଙ୍କୁ ମାରି ଦେଲା। ମୁଁ କେବଳ ଏକମାତ୍ର ଯିଏ ଆପଣଙ୍କୁ ଏହା କହିବାକୁ ରକ୍ଷା ପାଇଛି।”


ସେ ଲୋକଟି ଉତ୍ତର ଦେଲା “ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ’ ଆଖିରେ ବୋଳି ଦେଲେ। ତା'ପରେ ସେ ମୋତେ ଶିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତା'ପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖି ପାରିଲି।”


ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା'ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା।


ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରିଦେଲେ। ତାହାଙ୍କର ଜଣେ ଗ୍ଭକର ଉପରେ ଦଶ ହଜାର ରୌପ୍ୟମୁଦ୍ରା ବାକି ଥିଲା।


ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।


ଆମ୍ଭମାନଙ୍କର ପାପଗୁଡ଼ିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆମ୍ଭେମାନେ ପ୍ରତ୍ୟେକଙ୍କୁ ମଧ୍ୟ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧ୍ୟରେ ପକାଅ ନାହିଁ।’”


ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ। ଆଉ 27,000 ସୈନ୍ୟମାନଙ୍କ ଉପରେ ପାଚେରୀ ପଡ଼ିଲା। ବି‌ନ୍‌ହଦଦ୍ ନଗର ମଧ୍ୟକୁ ପଳାଇ ଯାଇ ଏକ କୋଠରୀରେ ଲୁଚି ରହିଲେ।


ମୋର ପ୍ରଭୁ କହିଲେ, “ଏହି ଲୋକମାନେ ଶୀଲୋହର ଧୀରସ୍ରୋତକୁ ଅଗ୍ରାହ୍ୟ କରି ରତ୍ସୀନ୍ ଓ ରମଲିୟର ପୁତ୍ର, ପେକହ ସହିତ ଆନନ୍ଦ କରୁଛନ୍ତି।”


ନା, ସେମାନେ ତାହା ନ ଥିଲେ। କିନ୍ତୁ ତୁମ୍ଭେମାନେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ ତେବେ ତୁମ୍ଭେମାନେ ମଧ୍ୟ ସେହି ଲୋକମାନଙ୍କ ଭଳି ଧ୍ୱଂସ ପାଇଯିବ।


ନା, ସେମାନେ ତା’ ନ ଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ, ତେବେ ତୁମ୍ଭେମାନେ ସବୁ ବିନଷ୍ଟ ହେବ।”


ସେଠାର ବାସିନ୍ଦାମାନେ ତାହାଙ୍କ ହାତରେ ସାପ ଝୁଲୁ ଥିବାର ଦେଖିଲେ। ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “ଏ ଲୋକଟିର ନିଶ୍ଚୟ ମୃତ୍ୟୁ ହେବ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ୟାୟ ଏହାକୁ ବଞ୍ଚିବା ପାଇଁ ଦେଲା ନାହିଁ।”


Swiv nou:

Piblisite


Piblisite