Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 13:2 - ପବିତ୍ର ବାଇବଲ

2 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କ’ଣ ଭାବୁଛ ଯେ ଏହି ଲୋକମାନେ ଗାଲିଲୀର ସବଠାରୁ ଅଧିକ ପାପୀ ଥିଲେ ବୋଲି ସେମାନଙ୍କୁ ଏ ଦଶା ଭୋଗିବାକୁ ପଡ଼ିଲା?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?

Gade chapit la Kopi

ଓଡିଆ ବାଇବେଲ

2 ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସେପରି ହତ୍ୟା କରାଯାଇଥିôବା ଗାଲିଲୀୟମାନେ ଅନ୍ୟ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କ’ଣ ତୁମେ ଭାବୁଛ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, “ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?

Gade chapit la Kopi




ଲୂକ ଲିଖିତ ସୁସମାଚାର 13:2
6 Referans Kwoze  

ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା’ ନିଜର ପାପ ନା ତା’ ପିତାମାତାଙ୍କର?”


ସେଠାର ବାସିନ୍ଦାମାନେ ତାହାଙ୍କ ହାତରେ ସାପ ଝୁଲୁ ଥିବାର ଦେଖିଲେ। ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “ଏ ଲୋକଟିର ନିଶ୍ଚୟ ମୃତ୍ୟୁ ହେବ। ଯଦିଓ ଏ ଲୋକ ସମୁଦ୍ରରୁ ରକ୍ଷା ପାଇଲା, କିନ୍ତୁ ନ୍ୟାୟ ଏହାକୁ ବଞ୍ଚିବା ପାଇଁ ଦେଲା ନାହିଁ।”


ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡ଼ିଲା, ତୁମ୍ଭେମାନେ କ’ଣ ଭାବୁଛ ଯେ ସେମାନେ ଯିରୁଶାଲମରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ?


ସେତେବେଳେ ଯୀଶୁଙ୍କ ପାଖରେ କେତେକ ଲୋକ ଥିଲେ। ଗାଲିଲୀର କେତେକ ଲୋକଙ୍କର ଯାହା ଘଟିଥିଲା, ସେହି ବିଷୟରେ ସେମାନେ ଯୀଶୁଙ୍କୁ କହିଲେ। ସେମାନେ ଉପାସନା କରୁଥିବା ସମୟରେ ପୀଲାତ ସେହି ଲୋକମାନଙ୍କୁ ହତ୍ୟା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସେମାନଙ୍କ ରକ୍ତକୁ ମିଶାଇଥିଲେ।


ନା, ସେମାନେ ତାହା ନ ଥିଲେ। କିନ୍ତୁ ତୁମ୍ଭେମାନେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ ତେବେ ତୁମ୍ଭେମାନେ ମଧ୍ୟ ସେହି ଲୋକମାନଙ୍କ ଭଳି ଧ୍ୱଂସ ପାଇଯିବ।


Swiv nou:

Piblisite


Piblisite