Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 12:48 - ପବିତ୍ର ବାଇବଲ

48 କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା'ଠାରୁ ବହୁତ ଅଧିକ ଆଶା କରାଯିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

48 କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ। ଯାହାକୁ ବହୁତ ପ୍ରଦତ୍ତ ହୋଇଅଛି, ତାହାଠାରୁ ବହୁତ ଦାବୀ କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବୀ କରିବେ।

Gade chapit la Kopi

ଓଡିଆ ବାଇବେଲ

48 ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ । ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

48 କିନ୍ତୁ ଯେଉଁ ଦାସ ମାଲିକଙ୍କ ଇଚ୍ଛା ଜାଣି ନ ପାରି ପ୍ରହାରଯୋଗ୍ୟ କାର୍ଯ୍ୟ କରିଥାଏ, ସେ ଅଳ୍ପ ଶାସ୍ତି ପାଇବ। ଯାହାକୁ ବହୁତ ଦିଆଯାଇଛି, ତା’ଠାରୁ ବହୁତ ଆଶା କରାଯାଏ - ଯାହାକୁ ଆହୁରି ଅଧିକ ଦିଆଯାଇଛି, ତା’ଠାରୁ ଆହୁରି ଅଧିକ ଆଶା କରାଯାଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

48 ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ। ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 12:48
21 Referans Kwoze  

ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ ଅନେକ ଶିକ୍ଷକ ହେବା ଉଚିତ୍ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ବିଗ୍ଭରିତ ହେବୁ।


“ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥା’ନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ୟରୁ କୌଣସି କର୍ମ କରି ପାପ କରେ। ଯଦ୍ୟପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା'ର ଅପରାଧ ବହନ କରିବ।


ମୁଁ ଯଦି ଆସି ନ ଥା'ନ୍ତି ଓ ଏଜଗତର ଲୋକମାନଙ୍କୁ କହି ନ ଥା'ନ୍ତି, ତେବେ ସେମାନେ ପାପରେ ଦୋଷୀ ବୋଲି ବିବେଚିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସେମାନଙ୍କୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସେମାନଙ୍କ ପାଖରେ କୌଣସି ଆଳ ନାହିଁ।


ଯାହା ପାଖରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆଯିବ ଏବଂ ସେ ଆବଶ୍ୟକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖରେ ବିଶେଷ ବୁଝିବା-ଶକ୍ତି ନାହିଁ, ସେ ତା'ପାଖରେ ଥିବା ସେହି ଟିକେ ବୁଝିବାଶକ୍ତି ମଧ୍ୟ ହରେଇ ବସିବ।


ଅତୀତରେ ମୁଁ ଯୀଶୁଙ୍କ ବିରୁଦ୍ଧରେ କହିଛି, ତାହାଙ୍କୁ ତାଡ଼ନା ଦେଇଛି ଓ ତାହାଙ୍କୁ ଆଘାତ ଦେବା ଭଳି କାର୍ଯ୍ୟମାନ କରିଛି। କିନ୍ତୁ ମୁଁ କ’ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ୱର ମୋତେ ଦୟା କଲେ। ଅବିଶ୍ୱାସୀ ଥିଲାବେଳେ ମୁଁ ସେପରି କରିଥିଲି।


ପୂର୍ବରୁ ପରମେଶ୍ୱର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରି ଆସିବା ପାଇଁ ଆଦେଶ ଦିଅନ୍ତି।


ଏହି ଉପଦେଶ ପରମେଶ୍ୱର ମୋତେ ପ୍ରଗ୍ଭର କରିବାକୁ ଦେଇଥିବା ସୁସମାଗ୍ଭରର ଅଂଶବିଶେଷ। ଏହି ମହିମାମୟ ସୁସମାଗ୍ଭର ପରମଧନ୍ୟ ପରମେଶ୍ୱରଙ୍କଠାରୁ ଆସିଛି।


ଧନୀଲୋକ ଜଣକ ଗୁମାସ୍ତାଙ୍କୁ ଡାକି କହିଲେ, “ମୁଁ ତୁମ୍ଭ ବିରୁଦ୍ଧରେ ଅନେକ କଥା ଶୁଣୁଛି। ତୁମ୍ଭେ ଯାହାସବୁ କରିଛ, ତା'ର ହିସାବ ମୋତେ ଦିଅ। ଏଣିକି ତୁମ୍ଭେ ଆଉ ମୋର ଗୁମାସ୍ତା ହୋଇ ପାରିବ ନାହିଁ।’


ତୀମଥି, ପରମେଶ୍ୱର ତୁମ୍ଭ ଉପରେ ଅନେକ ବିଷୟର ଭାର ଦେଇଛନ୍ତି। ସେଗୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ୱରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ସତ୍ୟ ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ଏହାକୁ ସେମାନେ ମିଛରେ “ଜ୍ଞାନ” ବୋଲି କହିଥା’ନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।


ଉଚିତ୍ ସମୟରେ ପରମେଶ୍ୱର ସେହି ଜୀବନ ବିଷୟରେ ସଂସାରକୁ ଜଣାଇଲେ। ପ୍ରଗ୍ଭର ଦ୍ୱାରା ପରମେଶ୍ୱର ଜଗତକୁ କହିଲେ। ପରମେଶ୍ୱର ମୋତେ ସେହି କାମର ଦାୟିତ୍ୱ ଦେଲେ। ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର ଆଦେଶ ଦେଇଥିବାରୁ ମୁଁ ସେଗୁଡ଼ିକର ପ୍ରଗ୍ଭର କଲି।


“ଆଉ ଯଦି ଜଣେ ବ୍ୟକ୍ତି ଅନିଛାରେ ପାପ କରେ, ତେବେ ସେ ପାପାର୍ଥକ ବଳିରୂପେ ଏକ ବର୍ଷୀୟ ଏକ ଛାଗବତ୍ସ ଆଣିବା ଉଚିତ୍।


ଯଦି ଦୋଷୀଲୋକ ପ୍ରହାରିତ ହେବାର ଯୋଗ୍ୟ ହୁଏ, ତେବେ ବିଗ୍ଭରକର୍ତ୍ତା ତାହାକୁ ଶୁଆଇବ, ପୁଣି ତାହାର ଦୋଷ ଅନୁସାରେ ଗଣି ଗଣି ଆପଣା ସମ୍ମୁଖରେ ତାହାକୁ ପ୍ରହାର କରାଇବ।


ପିତର ପଗ୍ଭରିଲେ, “ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?”


ଯୀଶୁ କହି ଗ୍ଭଲିଲେ, “ମୁଁ ଏ ପୃଥିବୀରେ ନିଆଁ ଜଳେଇବାକୁ ଆସିଛି। ମୁଁ ଗ୍ଭହୁଁଛି ଏହା ଆଗରୁ ଜଳୁଥା’ନ୍ତା।


Swiv nou:

Piblisite


Piblisite