ଲୂକ ଲିଖିତ ସୁସମାଚାର 12:32 - ପବିତ୍ର ବାଇବଲ32 “ହେ ସାନ ମେଷପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସେହି ସ୍ୱର୍ଗ ରାଜ୍ୟ ଦେବାକୁ ଗ୍ଭହାନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)32 ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପିତାଙ୍କର ସନ୍ତୋଷ। Gade chapit laଓଡିଆ ବାଇବେଲ32 ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କର ପିତାଙ୍କର ମହା ଆନନ୍ଦ । Gade chapit laପବିତ୍ର ବାଇବଲ (CL) NT (BSI)32 “ହେ ଛୋଟ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ତାଙ୍କ ରାଜ୍ୟ ପ୍ରଦାନ କରି ତୁମ ପିତା ଅତୀବ ସନ୍ତୁଷ୍ଟ ହୋଇଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT32 “ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ମହା ଆନନ୍ଦ। Gade chapit la |
ତ’ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ୟନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, “ହେ ପରମପିତା! ହେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଶଂସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡ଼ିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚେଇ ରଖିଥିଲେ ମଧ୍ୟ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦେଖାଇଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତରେ କରିବାକୁ ଗ୍ଭହୁଁଥିଲ ବୋଲି ତୁମ୍ଭେ ଏହା କଲ।
ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପ୍ରାର୍ଥନା କରୁଛୁ। ପରମେଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଭାବିବେ, ସେଭଳି ଧାର୍ମିକ ଭାବରେ ଜୀବନଯାପନ କରିବା ପାଇଁ ଓ ସାହାଯ୍ୟ କରିବା ପାଇଁ, ଆମ୍ଭେ ଆମ୍ଭ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କଠାରେ ଥିବା ଭଲ ବିଷୟ ତୁମ୍ଭକୁ ଭଲ କାମ କରିବା ପାଇଁ ଇଚ୍ଛୁକ କରୁ। ତୁମ୍ଭମାନଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ତୁମ୍ଭେମାନେ କାମ କର। ଉକ୍ତ କାମଗୁଡ଼ିକ ତୁମ୍ଭେ ଅଧିକରୁ ଅଧିକ କର ବୋଲି ପରମେଶ୍ୱର ନିଜ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଆମ୍ଭେ ପ୍ରାର୍ଥନା କରୁ।