Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 12:13 - ପବିତ୍ର ବାଇବଲ

13 ଜନସମୂହ ମଧ୍ୟରୁ କେହି ଜଣେ ଯୀଶୁଙ୍କୁ କହିଲା, “ଗୁରୁ! ଆମ୍ଭର ବାପା ଏବେ ମରିଗଲେ। ଆମ୍ଭ ବାପାଙ୍କ ସମ୍ପତ୍ତିକୁ ଆମ୍ଭ ଭିତରେ ଭାଗ କରିବା ପାଇଁ ମୋ’ ଭାଇକୁ କୁହନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋର ଭାଇକୁ ମୋʼ ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ।

Gade chapit la Kopi

ଓଡିଆ ବାଇବେଲ

13 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋ'ର ଭାଇକୁ ମୋ' ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ଲୋକ ଗହଳି ମଧ୍ୟରେ ଜଣେ ଲୋକ ଯୀଶୁଙ୍କୁ କହିଲା, ଗୁରୁ, ଆମ ବାପା ଆମ ପାଇଁ ଯେଉଁ ସମ୍ପତ୍ତି ଛାଡ଼ି ଯାଇଛନ୍ତି, ମୋ’ ସହିତ ତାହା ଭାଗ କରିବା ପାଇଁ ମୋର ଭାଇକୁ କହନ୍ତୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋʼର ଭାଇକୁ ମୋʼ ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 12:13
7 Referans Kwoze  

ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ୟମରେ ସୀମାହୀନ ଯୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ୟ ତାହା ଆମନ୍ତ୍ରିତ କରେ। ସେହି ଲୋକମାନେ ସତ୍ୟକୁ ହରାଇ ବସିଛନ୍ତି। ସେମାନେ ଭାବନ୍ତି ଯେ ପରମେଶ୍ୱରଙ୍କ ସେବା କରିବା ହେଉଛି ଧନୀ ହେବାର ଏକ ଉପାୟ।


ଜଣେ ଭଲ ଲୋକର ମନ ଭିତରେ ଭଲ ବିଷୟ ସଞ୍ଚିତ ହୋଇ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତରେ ଖରାପ ବିଷୟ ସଞ୍ଚିତ ହୋଇ ରିହଥାଏ। ତେଣୁ ତା’ ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତରେ ଯାହା ଥାଏ, ସେ ତାହା କହିଥାଏ।


ଏବଂ ସେମାନେ ମୋ’ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମୋ’ ଲୋକପରି ସେମାନେ ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସେମାନେ ମୋ’ କଥା ମାନନ୍ତି ନାହିଁ। କାରଣ ସେମାନେ କେବଳ ତାହା କରନ୍ତି, ଯାହା ସେମାନେ କରିବାକୁ ଗ୍ଭହାନ୍ତି। ଏବଂ ସେମାନଙ୍କ ହୃଦୟ ଅସାଧୁ ଲାଭ ପାଇଁ ଲୋଭି ଅଟେ।


ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରୟୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାଯ୍ୟ ପାଇଁ ଆସନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସେହି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସେମାନଙ୍କର ଶିଶୁମାନଙ୍କର ଆବଶ୍ୟକତାକୁ ପୂରଣ କର। ସେମାନଙ୍କର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ଯେ, ଯାହା ସବୁଦିନ ପାଇଁ ସେମାନଙ୍କର ଆବଶ୍ୟକତା ପୂରଣ କରିବ।


କାରଣ ସେହି ସମୟରେ ପବତ୍ର ଆତ୍ମା ତୁମ୍ଭମାନଙ୍କୁ ଶିଖାଇ ଦେବେ ତୁମ୍ଭମାନଙ୍କୁ କ’ଣ କହିବାକୁ ହେବ।”


ଏହା ଶୁଣି ଯୀଶୁ କହିଲେ, “ମୋତେ ତୁମ୍ଭମାନଙ୍କର ବିଗ୍ଭର କରିବାକୁ କିମ୍ବା ତୁମ୍ଭ ବାପାଙ୍କ ସମ୍ପତ୍ତି ତୁମ୍ଭ ଦୁହିଁଙ୍କ ଭିତରେ ବାଣ୍ଟି ଦେବାକୁ କିଏ କହିଛି?”


Swiv nou:

Piblisite


Piblisite