Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:49 - ପବିତ୍ର ବାଇବଲ

49 ଏଥିପାଇଁ ପରମେଶ୍ୱରଙ୍କ ଜ୍ଞାନ କହେ, ‘ମୁଁ ଭବିଷ୍ୟ‌ଦ୍‌ବକ୍ତା ଓ ପ୍ରେରିତମାନଙ୍କୁ ସେମାନଙ୍କ ପାଖକୁ ପଠାଇବି। କେତେକଙ୍କୁ ସେମାନେ ମାରି ଓ ଆଉ କେତେକଙ୍କୁ ବହୁତ ଖରାପ ବ୍ୟବହାର ଦେଖାଇବେ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

49 ତେଣୁ ଈଶ୍ଵର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପ୍ରେରଣ କରିବୁ; ସେମାନଙ୍କ ମଧ୍ୟରୁ କାହାକାହାକୁ ସେମାନେ ବଧ କରିବେ ଓ କାହାକାହାକୁ ତାଡ଼ନା କରିବେ,

Gade chapit la Kopi

ଓଡିଆ ବାଇବେଲ

49 ତେଣୁ ଈଶ୍ୱର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

49 ଏହି କାରଣରୁ ଈଶ୍ୱର ତାଙ୍କ ଜ୍ଞାନରେ କହିଲେ, ‘ମୁଁ ସେମାନଙ୍କ ନିକଟକୁ ଭାବବାଦୀ ଓ ବାର୍ତ୍ତାବହମାନଙ୍କୁ ପଠାଇବି; ସେମାନଙ୍କ ମଧ୍ୟରୁ କେତେକଙ୍କୁ ସେମାନେ ହତ୍ୟା କରିବେ; ଅନ୍ୟମାନଙ୍କୁ ତାଡ଼ନା କରିବେ।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

49 ତେଣୁ ଈଶ୍ବର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ,

Gade chapit la Kopi




ଲୂକ ଲିଖିତ ସୁସମାଚାର 11:49
27 Referans Kwoze  

କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ।


ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହୋଇଛି।


ଏବଂ ସେହି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲ ଅର୍ଥାତ୍ କେତେକ ଲୋକଙ୍କୁ ସେ ପ୍ରେରିତ ହେବା ପାଇଁ, କେତେକଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତା ହେବା ପାଇଁ, କେତେକଙ୍କୁ ସୁସମାଗ୍ଭର କହିବା ପାଇଁ ଓ କେତେକଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା ଦେବା ପାଇଁ।


କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି।


ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସେଠାରେ ଠିଆ ହୋଇ ସେହି କାର୍ଯ୍ୟକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସେମାନେ ଜାଣନ୍ତି।’


ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋ‌ର୍‌‌ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ।


କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭେମାନେ ଶକ୍ତି ପାଇ ତୁମ୍ଭେମାନେ ମୋର ସାକ୍ଷୀ ହେବ। ପ୍ରଥମେ ଯିରୁଶାଲମର ଲୋକମାନଙ୍କୁ, ତା'ପରେ ତୁମ୍ଭେମାନେ ସମଗ୍ର ଯିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳରେ।”


ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି।


ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା'ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ’ ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ।


ଆଉ କେତେକ ଲୋକ ଗ୍ଭକରମାନଙ୍କୁ ଧରି ନେଇ ପିଟାପିଟି କଲେ ଓ ସେମାନଙ୍କୁ ମାରିଦେଲେ।


ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେ ଆମ୍ଭର ସମସ୍ତ ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବା ନିମନ୍ତେ ଦିନେ ଛଡ଼ା ଦିନେ ଉଠି ତୁମ୍ଭମାନଙ୍କ ପାଖକୁ ସେମାନଙ୍କୁ ପାଇଅଛୁ।


ଏହା ଦ୍ୱାରା ତୁମ୍ଭେମାନେ ଲୋକଙ୍କୁ ଦେଖେଇ ଦେବାକୁ ଗ୍ଭହୁଁଛ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ କାମକୁ ସମର୍ଥନ କରୁଛ। କାରଣ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମାରି ଦେଇଥିଲେ ଏବଂ ତୁମ୍ଭେମାନେ ତାହାଙ୍କ ପାଇଁ କବର ତିଆରି କରୁଛ।


ସେତେବେଳେ କେତେକ ଭାବବାଦୀ ଯିରୁଶାଲମରୁ ଆନ୍ତିୟଖିଆକୁ ଆସିଲେ।


ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”


ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ, ଭବିଷ୍ୟ‌‌ଦ୍‌‌‌‌ବକ୍ତାଗଣ ଏବଂ ପ୍ରେରିତଗଣ! ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି।’”


Swiv nou:

Piblisite


Piblisite