Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:36 - ପବିତ୍ର ବାଇବଲ

36 ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହାହେଲେ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ଉଜ୍ଜ୍ଵଳ ତେଜରେ ତୁମ୍ଭକୁ ଆଲୋକ ଦିଏ, ସେପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।

Gade chapit la Kopi

ଓଡିଆ ବାଇବେଲ

36 ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

36 ତୁମ ମଧ୍ୟରେ ଅନ୍ଧକାର ନ ଥାଇ ତୁମେ ଯଦି ସମ୍ପୂର୍ଣ୍ଣ ରୂପେ ଆଲୋକମୟ ହୁଅ, ତେବେ ଉଜ୍ଜ୍ୱଳ ପ୍ରଦୀପର ଜ୍ୟୋତି ପରି ତୁମେ ଉଦ୍ଭାସିତ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 11:36
22 Referans Kwoze  

ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କ ପାଇଁ ପ୍ରଦୀପପରି ଏହା ଆତ୍ମାର ସମସ୍ତ ଅନ୍ତରାଳ ବିଷୟ ପରିପ୍ରକାଶ କରେ।


ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଲାଇ ନେବ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଲାଇ ନେବ।


ଥରେ ପରମେଶ୍ୱର କହିଲେ: ‘‘ଅନ୍ଧକାର ମଧ୍ୟରୁ ଆଲୋକ ପ୍ରକାଶିତ ହେବ।” ସେହି ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ତାହାଙ୍କର ଆଲୋକ ଦେଖାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ମୁହଁରେ ପରମେଶ୍ୱରଙ୍କ ଯେଉଁ ଗୌରବମୟ ଆଲୋକ ଦେଖିବାକୁ ମିଳେ ସେହି ଆଲୋକ ସେ ଆମକୁ ଦେଲେ।


କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।


ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ।


ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ୟଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସେମାନେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ।


କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକାରେ ପରମେଶ୍ୱରଙ୍କ ସିଦ୍ଧ ବ୍ୟବସ୍ଥାକୁ ଅଧ୍ୟୟନ କରେ ଯାହା ମନୁଷ୍ୟମାନଙ୍କୁ ସ୍ୱାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ୟୟନ କରୁଥାଏ। ସେ ପରମେଶ୍ୱରଙ୍କ ଶିକ୍ଷାକୁ ଶୁଣେ ଓ ସେହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପରେ ସେ ପରମେଶ୍ୱରଙ୍କ ସେହି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ୱାରା ସେ ସୁଖୀ ହୁଏ।


କିନ୍ତୁ କଠିନ ଖାଦ୍ୟ ସେହିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ୟବହାର ବନ୍ଦ କରି ଦେଇଛନ୍ତି। ଏହା ସେହିମାନଙ୍କ ପାଇଁ ଯେଉଁମାନେ ଆତ୍ମାରେ ବୃଦ୍ଧି ପାଇଛନ୍ତି।


ତା'ହେଲେ ଆମ୍ଭେ ଆଉ ଶିଶୁ ହୋଇ ରହିବା ନାହିଁ। ସମୁଦ୍ରରେ ଜାହାଜ ଲହରୀ ହେତୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରତ୍ୟେକ ପ୍ରକାରର ନୂତନ ଉପଦେଶ ଦ୍ୱାରା ଆମ୍ଭେ ଏଣେତେଣେ ଆଉ ଭାସି ଯିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନାରେ ଚ୍ଛନ୍ଦନ୍ତି,


ତା'ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।”


ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା। ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”


ତା'ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ, ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ। ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ। ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ।


ତୁମ୍ଭେମାନେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭେମାନେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତେବେ ତୁମ୍ଭେମାନେ ଭୁଲ୍ ପଥରେ ଯିବ। ସେହି ଭୁଲ ଆଦେଶ ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭେମାନେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହେବ ନାହିଁ।


ଲୋକେ ଦୀପଟିଏ ଜଳେଇ ତାକୁ ହାଣ୍ଡି ତଳେ ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ଦ୍ୱାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ।


ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ।


ଯୀଶୁ ତାହାଙ୍କ କଥା ଶେଷ କଲାବେଳକୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡ଼ିଲେ।


Swiv nou:

Piblisite


Piblisite