Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:35 - ପବିତ୍ର ବାଇବଲ

35 ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

35 ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଅନ୍ଧକାର ନ ହୁଏ।

Gade chapit la Kopi

ଓଡିଆ ବାଇବେଲ

35 ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

35 ତୁମ ଅନ୍ତରରେ ଥିବା ଆଲୋକ ଯେପରି ଅନ୍ଧକାର ନ ହୁଏ, ଏଥିପ୍ରତି ସାବଧାନ ହୁଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ।

Gade chapit la Kopi




ଲୂକ ଲିଖିତ ସୁସମାଚାର 11:35
17 Referans Kwoze  

ମନୁଷ୍ୟର ଦୃଷ୍ଟିରେ ଯେଉଁ ପଥ ସରଳ ଦିଶେ କିନ୍ତୁ ତାହା ମୃତ୍ୟୁରେ ହିଁ ଶେଷ ହୁଏ।


ଯଦି କୌଣସି ଲୋକଠାରେ ଏଗୁଡ଼ିକ ନାହିଁ, ତା'ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।


ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ।


ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ ହୋଇଗଲେ।


ସେହି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସେମାନେ ଲୋକମାନଙ୍କୁ ପାପ ରାସ୍ତାରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗରେ ଯିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମାରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।


ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ଯିଏ ଭାବେ ସେ ଜ୍ଞାନୀ, ସେତେବେଳେ ସେ ଜ୍ଞାନୀ ନ ଥାଏ।


“ଆଖି ଶରୀର ପାଇଁ ଆଲୋକ ସ୍ୱରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହେବ।


ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାରରେ ଭରିଯିବ।


ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହାହେଲେ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହେବ।”


Swiv nou:

Piblisite


Piblisite