Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:34 - ପବିତ୍ର ବାଇବଲ

34 ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାରରେ ଭରିଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ। ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ।

Gade chapit la Kopi

ଓଡିଆ ବାଇବେଲ

34 ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ । ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

34 ତୁମ୍ଭମାନଙ୍କ ଚକ୍ଷୁ ଶରୀରର ପ୍ରଦୀପ ସ୍ୱରୂପ। ତୁମର ଚକ୍ଷୁ ଭଲ ଥିଲେ, ତୁମର ସମସ୍ତ ଶରୀର ଆଲୋକମୟ ହେବ; କିନ୍ତୁ ଯଦି ତୁମର ଚକ୍ଷୁ ଖରାପ ହୁଏ, ତୁମର ସମସ୍ତ ଶରୀର ଅନ୍ଧକାରମୟ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ। ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ।

Gade chapit la Kopi




ଲୂକ ଲିଖିତ ସୁସମାଚାର 11:34
28 Referans Kwoze  

ତୁମ୍ଭେ ସେହି ଲୋକମାନଙ୍କୁ ସତ୍ୟ ପଥ ଦେଖାଇବ ଓ ସେମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସେମାନଙ୍କୁ ଶୟତାନର ଶକ୍ତି ନିକଟରୁ ଦୂରେଇ ନେଇ ପରମେଶ୍ୱରଙ୍କ ପାଖକୁ ଆଣିବ। ତେବେ ସେମାନଙ୍କର ପାପକୁ କ୍ଷମା କରାଯିବ। ଯେଉଁମାନେ ମୋତେ ବିଶ୍ୱାସ କରି ପବିତ୍ର ହୋଇଛନ୍ତି ସେମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ।’”


ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର। ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।


ସେବକଗଣ! ଏହି ପୃଥିବୀରେ ପ୍ରତ୍ୟେକ କଥାରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତେବେଳେ ମାଲିକ ଦେଖୁ ନାହାନ୍ତି, ସେତେବେଳେ ମଧ୍ୟ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ୱାରା ତୁମ୍ଭେମାନେ ପ୍ରକୃତରେ ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭେମାନେ ନିଷ୍ଠାପର ସହିତ ଆଜ୍ଞା ପାଳନ କର।


ସେ କେବଳ ତୁମ୍ଭମାନଙ୍କର ସ୍ୱାମୀ ହେବେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବା ସର୍ପର ପ୍ରବଞ୍ଚନା ଦ୍ୱାରା ପ୍ରଭାବିତ ହୋଇଥିଲା, ସେହିଭଳି ତୁମ୍ଭମାନଙ୍କ ମନ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରତି ସତ୍ୟ ଓ ପବିତ୍ର ସମର୍ପଣଠାରୁ ଦୂରକୁ ଗ୍ଭଲି ଯିବ।


ଅବିଶ୍ୱାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦେଇଛି। ତେଣୁ ସେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭରର ଆଲୋକ ଦେଖି ପାରନ୍ତି ନାହିଁ।


‘ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ତୁମ୍ଭେମାନେ ଚକ୍ଷୁ ଥାଉ ଥାଉ ଦେଖୁ ନାହଁ, କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ। ଏବେ ଏହି କଥା ତୁମ୍ଭେମାନେ ଶୁଣ।


ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ୱରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସେହି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ୱର ବିଷୟକ ସମସ୍ତ ତଥ୍ୟକୁ ସ୍ପଷ୍ଟ କରିଦେବ, ଯାହା ଫଳରେ ତୁମ୍ଭେମାନେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।


ମୁଁ ଏପରି କରେ କାରଣ: ‘ସେମାନେ ଖାଲି ଗ୍ଭହୁଁଥିବେ ସିନା କିନ୍ତୁ କିଛି ଦେଖି ପାରୁ ନ ଥିବେ। ସେମାନେ ଖାଲି ଶୁଣୁଥିବେ ସିନା କିଛି ବୁଝି ପାରୁ ନ ଥିବେ। ଯଦି ସେମାନେ ଦେଖି ପାରିବେ ଓ ବୁଝି ପାରିବେ, ତେବେ ସେମାନେ ବଦଳି ଯିବେ ଓ କ୍ଷମା ପାଇ ଯିବେ।’”


ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତରେ ଆମ୍ଭେ ଯାହାକିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ଯ୍ୟ ଦୃଷ୍ଟିରୁ ଏହା ଅଧିକ ସତ୍ୟ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନରେ ନୁହେଁ ମାତ୍ର ପରମେଶ୍ୱରଙ୍କ କୃପାରୁ କରୁଛୁ।


ତୁମ୍ଭମାନଙ୍କର କ’ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭେମାନେ ଦେଖି ପାରୁ ନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭେମାନେ ଶୁଣି ପାରୁ ନାହଁ? ଆମ୍ଭ ପାଖରେ ଯେତେବେଳେ ଖାଇବାକୁ ଯଥେଷ୍ଟ ରୋଟୀ ନ ଥିଲା, ମୁଁ ସେତେବେଳେ କ’ଣ କରିଥିଲି ତୁମ୍ଭମାନଙ୍କର କ’ଣ ତାହା ମନେ ନାହିଁ?


ସେହି ଲୋକମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଗ୍ଭର କରନ୍ତି ନାହିଁ। ସେମାନେ ଯେପରି ଦେଖି ନ ପାରିବେ ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଛନ୍ତି।


ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ।” ପ୍ରକୃତରେ ଅଲ୍ଲୀମାଙ୍କୁ ହଠାତ୍ ସବୁ ଅନ୍ଧାର ଦେଖାଗଲା ଓ ସେ ଏଣେତେଣେ ଅଣ୍ଡାଳି ହେବାକୁ ଲାଗିଲେ। ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ଲୋକ ଖୋଜିଲେ, ଯିଏ କି ତାହାଙ୍କ ହାତ ଧରି ବାଟ ଦେଖାଇ ପାରିବ।


କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଛନ୍ତି। ସେ ତୁମ୍ଭମାନଙ୍କର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ସଦୃଶ ଚକ୍ଷୁ ମୁଦ୍ରିତ କରିବେ। ପୁଣି ଭବିଷ୍ୟ‌ଦ୍‌ବକ୍ତାଙ୍କ ପରି ତୁମ୍ଭମାନଙ୍କର ମସ୍ତକକୁ ଆଚ୍ଛାଦନ କରିବେ।


ସେମାନଙ୍କୁ ବିଭ୍ରାନ୍ତ କର। ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସେହିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ କର ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତରେ ବୁଝି ପାରିବେ। ଲୋକମାନେ ସେମାନଙ୍କର ସର୍ବାନ୍ତକରଣରେ ବୁଝିପାରିବେ। ଏହା କଲେ ସେମାନେ ମୋ’ ନିକଟକୁ ଫେରି ଆସିବେ ଓ ମୋ'ଠାରୁ ସୁସ୍ଥତା ପାଇବେ।”


ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ। ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।


ହେ ଦାସମାନେ! ପୃଥିବୀରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର।


ପ୍ରତିଦିନ ସେମାନେ ଏକାଠି ହୋଇ ଉପାସନା ମନ୍ଦିରରେ ପରସ୍ପରକୁ ଭେଟୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ୟ ଏକ ଥିଲା। ସେମାନେ ସେମାନଙ୍କ ଘରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ।


ବ୍ୟଭିଗ୍ଭର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା।


ଏ ଜଗତରେ ମୋର ଦାସଠାରୁ ଅନ୍ଧ କିଏ? ପୁଣି ମୋ’ ପ୍ରେରିତ ଦୂତଠାରୁ ବଧିର କିଏ? ସଦାପ୍ରଭୁଙ୍କଠାରେ ମିଳିତ ହୋଇଥିବା ଦାସ ସବୁଠାରୁ ଅଧିକ ଅନ୍ଧ।


କୃପଣ ମନୁଷ୍ୟ ଧନୀ ହେବାକୁ ବ୍ୟଗ୍ର। ମାତ୍ର ତାହାକୁ ଦାରିଦ୍ର୍ୟ ଗ୍ରାସ କରିବ ବୋଲି ସେ ଜାଣେ ନାହିଁ।


ତା'ପରେ ବାହାରେ ଥିବା ସମସ୍ତ ଯୁବା ଓ ବୃଦ୍ଧ ଲୋକ ଅନ୍ଧ ହୋଇଗଲେ। ତେଣୁ ସେଇ ଲୋକମାନେ ଘରର ଫାଟକ ପାଇଲେ ନାହିଁ।


ଦୁଷ୍ଟ ଲୋକମାନଙ୍କର ଗର୍ବ ଗ୍ଭହାଣି ଓ ଗର୍ବିତ ଚିନ୍ତା ପାପପରି। ତାହା ଲୋକର ପ୍ରଦୀପ ପରି ଦେଖାଯାଏ, ତାହା ଦୁଷ୍ଟମାନଙ୍କୁ ଅନୁଶାସନ କରେ।


ସେହି ଲୋକମାନେ ଭଲକୁ ମନ୍ଦ ଓ ମନ୍ଦକୁ ଭଲ କୁହନ୍ତି। ପୁଣି ସେମାନେ ଅନ୍ଧକାରକୁ ଆଲୋକ ଓ ଆଲୋକକୁ ଅନ୍ଧକାର ଚିନ୍ତା କରନ୍ତି ଓ ମଧୁରକୁ ତିକ୍ତ ଓ ତିକ୍ତକୁ ମଧୁର ମନେ କରନ୍ତି, ସେମାନେ ସନ୍ତାପର ପାତ୍ର।


ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ।


Swiv nou:

Piblisite


Piblisite