Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:13 - ପବିତ୍ର ବାଇବଲ

13 ତୁମ୍ଭେମାନେ ଖରାପ ଲୋକ ହୋଇଥିଲେ ମଧ୍ୟ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭେମାନେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦେବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ଵର୍ଗରୁ ଦାନ କରନ୍ତି, ସେ ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ !

Gade chapit la Kopi

ଓଡିଆ ବାଇବେଲ

13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ !

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ତୁମ୍ଭେମାନେ ଅସତ୍ ହେଲେ ସୁଦ୍ଧା ତୁମ ପିଲାମାନଙ୍କୁ ଉତ୍ତମ ବିଷୟ ଦେବାକୁ ଜାଣ, ତା’ ହେଲେ ସ୍ୱର୍ଗସ୍ଥ ପିତା, ତାଙ୍କଠାରେ ନିବେଦନ କରୁଥିବା ଲୋକଙ୍କୁ କେତେ ଅଧିକ ରୂପେ ପବିତ୍ରଆତ୍ମାଙ୍କୁ ନ ଦେବେ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ!”

Gade chapit la Kopi




ଲୂକ ଲିଖିତ ସୁସମାଚାର 11:13
30 Referans Kwoze  

ଏପରିକି ତୁମ୍ଭେ ମନ୍ଦ ଲୋକ ହୋଇ ମଧ୍ୟ ପିଲାମାନଙ୍କୁ କିଭଳି ଭଲ ଉପହାର ଦେବାକୁ ହୁଏ, ତାହା ତୁମ୍ଭେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ନ ଦେବେ!


ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣି ନାହଁ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣି ନାହଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥା'ନ୍ତ ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।”


ପରମେଶ୍ୱର ଆମ୍ଭ ପାଇଁ ସବୁକିଛିକରିବେ। ପରମେଶ୍ୱର ନିଜ ପୁତ୍ରକୁ ସୁଦ୍ଧା ଧରି ରଖିଲେ ନାହିଁ କିନ୍ତୁ ଆମ୍ଭ ସମସ୍ତଙ୍କ ପାଇଁ ଦେଇଦେଲେ। ଏଣୁ ସେ ତାଙ୍କ ସହ ଆମ୍ଭକୁ ସବୁ ବିଷୟ ଦେବେ।


ମୋର ବାକ୍ୟକୁ ସାବଧାନର ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।


ପିତର ସେମାନଙ୍କୁ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବାକୁ ପଡ଼ିବ। ତେବେ ତୁମ୍ଭେମାନେ ପବିତ୍ରଆତ୍ମାର ଦାନ ପାଇବ।


“ଏହା ପରେ ସବୁପ୍ରକାର ଲୋକଙ୍କ ଉପରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ୟାଗଣ ସଦାପ୍ରଭୁଙ୍କର ଭବିଷ୍ୟତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ ଓ ତୁମ୍ଭର ଯୁବକଗଣ ଦର୍ଶନ ଲାଭ କରିବେ।


ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତରରେ ମୋର ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭେମାନେ ମୋର ନିୟମ ସକଳ ମାନିବ ଏବଂ ମୋର ଆଜ୍ଞାସବୁ ରଖିବାକୁ ଯତ୍ନବାନ ହେବ।


“ଜଣେ ସ୍ତ୍ରୀଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନେହ ନ କରି କ’ଣ ଭୁଲି ପାରିବ? ସେ କ’ଣ ତାର ସ୍ତନ୍ୟପାୟୀ ସନ୍ତାନକୁ ଦୟା ନ ଦେଖାଇ ପାସୋରି ପାରିବ? ଏମାନେ ତାହା କରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।


ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦେବ ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ୟ କ୍ଷମା କରିଦେବେ।


ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ଏସବୁ ପଛରେ ଦୌଡ଼ନ୍ତି। କିନ୍ତୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଜାଣନ୍ତି ଯେ, ଏସବୁ ଜିନିଷ ତୁମ୍ଭମାନଙ୍କର ଦରକାର।


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କଲାବେଳେ କୁହ: ‘ହେ ପରମପିତା, ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭ ନାମ ସର୍ବଦା ପବିତ୍ର ରହୁ। ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭର ରାଜ୍ୟ ଆସୁ।


ପଡ଼ିଆର ସେହି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲିରେ ପକେଇ ଦିଆଯିବ। ତଥାପି ଯଦି ପରମେଶ୍ୱର ତାକୁ ଏଭଳି ସୁନ୍ଦର ବେଶ ଦେଇଛନ୍ତି, ତେବେ ସେ କ’ଣ ତୁମ୍ଭକୁ ପିନ୍ଧିବା ପାଇଁ ଅଧିକ ଦେବେ ନାହିଁ? ତେବେ ତୁମ୍ଭେମାନେ କାହିଁକି ଏତେ ଅଳ୍ପ ବିଶ୍ୱାସ ରଖୁଛ?


ତା'ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।


ଲୋକଙ୍କ ଆଗରେ ତୁମ୍ଭେମାନେ ଆଲୋକ ଭଳି ପ୍ରକାଶିତ ହୁଅ। ସେମାନେ ତୁମ୍ଭର ଭଲ କାମଗୁଡ଼ିକ ଦେଖନ୍ତୁ ଓ ସ୍ୱର୍ଗରେ ରହୁଥିବା ତୁମ୍ଭ ପରମପିତାଙ୍କୁ ପ୍ରଶଂସା ଗାନକରନ୍ତୁ।


ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି ଓ ପାପରୁ ହିଁ ମୋର ମା’ ମୋତେ ଗର୍ଭରେ ଧାରଣ କଲା।


ମୁଁ ଏହା ଜାଣେ ଯେ ମୋ’ ଭିତରେ କିଛି ଭଲ ନାହିଁ। ମୋ’ କହିବା ଅର୍ଥ ଯେ, ମୋର ଶରୀରରେ କୌଣସି ଭଲ ବିଷୟ ନାହିଁ।


ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ୟୁ ସମସ୍ତଙ୍କ ଉପରେ ରାଜତ୍ୱ କଲା। କିନ୍ତୁ ଏବେ କିଛି ଲୋକ ପରମେଶ୍ୱରଙ୍କ ପୂର୍ଣ୍ଣ ଦୟା ଓ ତାହାଙ୍କର ‘ଧାର୍ମିକ’ ହେବା ଭଳି ବିରାଟ ଅନୁଗ୍ରହଦାନକୁ ମଧ୍ୟ ଗ୍ରହଣ କରନ୍ତି। ଏହା ନିଶ୍ଚିତ ଯେ ସେ ଲୋକମାନେ ପ୍ରକୃତ ଜୀବନ ପ୍ରାପ୍ତ କରିବେ, ଓ ସେହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାସନ କରିବେ।


ଅତୀତରେ ଆମ୍ଭେ ମଧ୍ୟ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ୍ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଈର୍ଷାଳୁ ଓ ଦ୍ୱେଷପୂର୍ଣ୍ଣ ଜୀବନଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।


ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।


କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତେବେ ତା’ ହାତରେ ତୁମ୍ଭେମାନେ କଙ୍କଡ଼ାବିଛାଟିଏ ଦେବ କି? ନା।


ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ।


Swiv nou:

Piblisite


Piblisite