Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 10:40 - ପବିତ୍ର ବାଇବଲ

40 ମାର୍ଥାକୁ ବହୁତ ଗୁଡ଼ାଏ କାମ କରିବାକୁ ପଡ଼ୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, “ପ୍ରଭୁ! ମୋ’ ଭଉଣୀ ଘରର ଯେ ସବୁ କାମ ମୋ’ ଉପରେ ଛାଡ଼ି ଦେଇଛି, ଏ ବିଷୟରେ କ’ଣ ଆପଣଙ୍କର ମନୋଯୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମୋତେ ସାହାଯ୍ୟ କରୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 କିନ୍ତୁ ମାର୍ଥା ପରିଚର୍ଯ୍ୟା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି, ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କହନ୍ତୁ।

Gade chapit la Kopi

ଓଡିଆ ବାଇବେଲ

40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋ’ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କ'ଣ ଆପଣଙ୍କର ମନ ନାହିଁ ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

40 ମାର୍ଥାଙ୍କୁ ଯେଉଁ ସବୁ କାମ କରିବାକୁ ପଡ଼ିଲା, ସେଥିରେ ସେ ବ୍ୟତିବ୍ୟସ୍ତ ହୋଇ ଆସି କହିଲେ, “ପ୍ରଭୁ, ମୋର ଭଉଣୀ ସବୁ କାମ କରିବାକୁ ମୋତେ ଛାଡ଼ି ଦେଇଛି, ଏଥିପାଇଁ କ’ଣ ଆପଣଙ୍କର ଚିନ୍ତା ନାହିଁ? ମୋତେ ଆସି ସାହାଯ୍ୟ କରିବାକୁ ତାକୁ କୁହନ୍ତୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 10:40
12 Referans Kwoze  

ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”


“ତେଣୁ ତୁମ୍ଭେମାନେ କ’ଣ ଖାଇବ, କ’ଣ ପିଇବ ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। ଆଦୌ ବ୍ୟସ୍ତ ହୁଅ ନାହିଁ।


ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, “ହେ ପ୍ରଭୁ! ପରମେଶ୍ୱର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନ ଘଟୁ।”


ସନ୍ଧ୍ୟା ବେଳକୁ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, “ଏହା ଅତ୍ୟନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠେଇ ଦିଅ, ତା'ହେଲେ ସେମାନେ ଗାଁମାନଙ୍କୁ ଯାଇ ସେମାନଙ୍କ ପାଇଁ ଖାଦ୍ୟ କିଣି ପାରିବେ।”


କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲି ପଡ଼ି ସେମାନଙ୍କୁ ଭର୍ତ୍ସନା କଲେ।


ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସେମାନେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।


ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାତ୍ରା କରୁଥିବା ଅବସରରେ ଗୋଟିଏ ଗାଁକୁ ଯୀଶୁ ଗଲେ। ମାର୍ଥା ନାମକ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ସ୍ୱାଗତ କଲା।


ଯୀଶୁ ଉତ୍ତର ଦେଲେ, “ମାର୍ଥା, ହେ ମାର୍ଥା, ବହୁତ ଗୁଡ଼ାଏ କଥା ପାଇଁ ତୁମ୍ଭେ ବ୍ୟସ୍ତ ଓ ଚିନ୍ତିତ ଅଛ।


ଲାଜାର ନାମରେ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ସେ ବେଥନୀୟା ନଗରରେ ରହୁଥିଲେ। ସେଠାରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ୟ କରୁଥିଲେ।


ଯୀଶୁ ମାର୍ଥା, ତା'ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ।


ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହୋଇଥିଲା। ମାର୍ଥା ଖାଦ୍ୟ ପରିବେଷଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଲାଜାର ମଧ୍ୟ ଖାଉଥିଲେ।


Swiv nou:

Piblisite


Piblisite