Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 10:39 - ପବିତ୍ର ବାଇବଲ

39 ମାର୍ଥାର ମରିୟମ ନାମରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ମରୀୟମ ନାମ୍ନୀ ତାଙ୍କର ଜଣେ ଭଗ୍ନୀ ଥିଲେ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ।

Gade chapit la Kopi

ଓଡିଆ ବାଇବେଲ

39 ତାହାଙ୍କର ଜଣେ ଭଉଣୀ ଥିଲେ ତାଙ୍କ ନାମ ମରିୟମ , ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

39 ତାଙ୍କ ଭଉଣୀ ମରିୟମ ପ୍ରଭୁଙ୍କ ପାଦ ତଳେ ବସି ତାଙ୍କର ଶିକ୍ଷା ଶୁଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ତାହାଙ୍କର ଜଣେ ଭଉଣୀ ଥିଲେ ତାହାଙ୍କ ନାମ ମରୀୟମ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 10:39
11 Referans Kwoze  

ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସେମାନେ ଯୀଶୁଙ୍କ ପାଦତଳେ ସେହି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା'ମନ ପୁରାପୁରୀ ବଦଳି ଯାଇଥିଲା। ତା’ ଦେହରୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ।


ଯେକେହି ମୋର କଥା ଶୁଣେ, ସେ ଖୁସୀ ହେବ। ସେ ମୋ’ ଦ୍ୱାର ନିକଟକୁ ସବୁଦିନ ଶୀଘ୍ର ଆସେ ଏବଂ ମୋର ଦ୍ୱାର ବାହାରେ ଅପେକ୍ଷା କରେ।


ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳି ଦେଲେ। ତା'ପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛି ଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା।


“ମୁଁ ଜଣେ ଯିହୂଦୀୟ ଲୋକ। ମୋର ଜନ୍ମ କିଲିକିଆ ଦେଶର ତାର୍ଷ ନଗରରେ। କିନ୍ତୁ ଏହି ନଗରରେ ମୋର ଲାଳନପାଳନ ହୋଇଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟରେ ଗୁରୁ ଗମଲୀୟେଲଙ୍କ ପାଖରୁ ବହୁତ ଯତ୍ନ ସହକାରେ ତାଲିମ ପାଇଛି। ତୁମ୍ଭେମାନଙ୍କ ପରି, ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି।


ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ।


ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ। ପ୍ରତ୍ୟେକ ଲୋକ ତୁମ୍ଭ ବାକ୍ୟ ଗ୍ରହଣ କରିବେ।


ଲାଜାର ନାମରେ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ସେ ବେଥନୀୟା ନଗରରେ ରହୁଥିଲେ। ସେଠାରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ୟ କରୁଥିଲେ।


ଅନନ୍ତର ଇଲୀଶାୟ ପୁନର୍ବାର ଗି‌ଲ୍‌‌‌ଗ‌ଲ୍‌‌‌କୁ ଫେରିଗଲେ। ସେହି ସମୟରେ ସେଠାରେ ସେହି ଭୂମିରେ ଦୁର୍ଭିକ୍ଷ ପଡ଼ିଥିଲା। ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, “ହଣ୍ତା ଚୁଲିରେ ବସାଅ ଓ ଭବିଷ୍ୟ‌ଦ୍‌ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ୟଞ୍ଜନ ପାକ କର।”


କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛି ଏବଂ ଏହା ତା'ଠାରୁ ଛଡ଼େଇ ନିଆଯିବ ନାହିଁ।”


ଅନେକ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ।


Swiv nou:

Piblisite


Piblisite