Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 10:3 - ପବିତ୍ର ବାଇବଲ

3 “ଯାଅ, କିନ୍ତୁ ମନେରଖ, ମୁଁ ତୁମ୍ଭମାନଙ୍କୁ ଗଧିଆମାନଙ୍କ ମଧ୍ୟରେ ମେଣ୍ଢାଛୁଆ ଭାବରେ ପଠାଉଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି।

Gade chapit la Kopi

ଓଡିଆ ବାଇବେଲ

3 ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଯାଅ! ମୁଁ ତୁମମାନଙ୍କୁ କେନ୍ଦୁଆ ବାଘ ମଧ୍ୟରେ ମେଷ ପରି ପଠାଉଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି।

Gade chapit la Kopi




ଲୂକ ଲିଖିତ ସୁସମାଚାର 10:3
14 Referans Kwoze  

“ସାବଧାନ, ଗଧିଆମାନଙ୍କ ଭିତରେ ମେଷମାନଙ୍କୁ ଛାଡ଼ିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ, କପୋତ ଭଳି ନିରୀହ ହୁଅ।


ମୁଁ ଜାଣେ, ମୋ’ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ। ସେମାନେ ଏହି ମେଷ ପଲକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବେ।


ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି।


“ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା'ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ।


ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।


“ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି।


ଯିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସେମାନେ ସକାଳକୁ କିଛି ରଖନ୍ତି ନାହିଁ।


ସେ ମହାଯାଜକଙ୍କ ପାଖକୁ ଯାଇ ଦମ୍ମେସକ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହା ଦ୍ୱାରା ସେ ଯେତେବେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତେବେଳେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିପାରିବେ।


ମେଷ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମେଷପାଳକଠାରୁ ଭିନ୍ନ। ମେଷଗୁଡ଼ିକ ମୂଲିଆର ନୁହନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତା'ପରେ ଗଧିଆ ମେଷମାନଙ୍କ ଉପରକୁ କୁଦାମାରେ ଓ ସେମାନଙ୍କୁ ଛିନ୍ନଭିନ୍ନ କରି ଦିଏ।


ମୋତେ ସିଂହ ମୁଖରୁ ଉଦ୍ଧାର କର। ମୋତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।


ଅଣଯିହୂଦୀ, ରାଜା ଓ ଇସ୍ରାଏଲର ଲୋକମାନଙ୍କ ଆଗରେ ସେ ମୋ’ ନାମରେ ସାକ୍ଷ୍ୟ ଦେବ। ମୋ’ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦେଇ ଯିବାକୁ ହେବ ମୁଁ ନିଜେ ତାହାକୁ ଜଣାଇବି।”


ସାଙ୍ଗରେ ଟଙ୍କା, ଥଳି, ଜୋତା କିଛି ହେଲେ ନିଅ ନାହିଁ। ରାସ୍ତାରେ କାହାରି ସହିତ କଥାବାର୍ତ୍ତା ହେବା ପାଇଁ ଅଟକି ଯିବ ନାହିଁ।


Swiv nou:

Piblisite


Piblisite