Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 10:29 - ପବିତ୍ର ବାଇବଲ

29 ନିଜେ ଠିକ୍ ଜୀବନଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଗ୍ଭହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “ତେବେ ଯେଉଁମାନଙ୍କୁ ପ୍ରେମ କରିବି, ସେମାନେ କିଏ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋର ପ୍ରତିବାସୀ କିଏ?

Gade chapit la Kopi

ଓଡିଆ ବାଇବେଲ

29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

29 କିନ୍ତୁ ଧର୍ମଗୁରୁ ନିଜ ପ୍ରଶ୍ନର ଯଥାର୍ଥତା ପ୍ରମାଣ କରିବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, “ମୋର ପ୍ରତିବାସୀ କିଏ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ?

Gade chapit la Kopi




ଲୂକ ଲିଖିତ ସୁସମାଚାର 10:29
11 Referans Kwoze  

ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କ ଆଗରେ ତୁମ୍ଭେମାନେ ନିଜକୁ ଭଲ ବୋଲି ଦେଖେଇ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟରେ ପ୍ରକୃତରେ କ’ଣ ଅଛି, ତାହା ପରମେଶ୍ୱର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ୟବାନ୍ ବୋଲି ମନେ କରିଥା’ନ୍ତି, ତାହା ପରମେଶ୍ୱରଙ୍କ ଦୃଷ୍ଟିରେ ମୂଲ୍ୟ ହୀନ।


ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ପରମେଶ୍ୱରଙ୍କଠାରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କହେ: “ବିଶ୍ୱାସକୁ ଆଧାର କରି ଧାର୍ମିକ ବ୍ୟକ୍ତି ସଦାକାଳ ପାଇଁ ଜୀବିତ ରହିବ।”


ସେ ବିଶ୍ୱାସ ବିଷୟରେ କ’ଣ ଶିଖିଲେ? ଅବ୍ରହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା'ହେଲେ, ସେଥିରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ।


ତୁମ୍ଭେମାନେ ସ୍ୱଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ୟ ସେହିପରି ଆଚରଣ କରିବ। ତୁମ୍ଭେ ସେମାନଙ୍କୁ ଆତ୍ମତୁଲ୍ୟ ପ୍ରେମ କରିବ। କାରଣ ମିଶର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।


ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ।


ଏହା ପରେ ଯୀଶୁ କହିଲେ, “ଏବେ କୁହ, ଡକାୟତମାନଙ୍କ ହାବୁଡ଼ରେ ପଡ଼ି ଆହତ ହୋଇଥିବା ଲୋକଟିକୁ ଏହି ତିନି ଜଣଙ୍କ ମଧ୍ୟରୁ କିଏ ପ୍ରେମଭାବ ଦେଖାଇଲେ ବୋଲି ତୁମ୍ଭେ ଭାବୁଛ?”


ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ୱାରା ଜଣେ ଲୋକ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରୁଛି। ସେ କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବ ନାହିଁ।


କିନ୍ତୁ ସେଠାରେ ଜଣେ ଯୁବକ ଇଲୀହୂ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀୟ ନାମକ ଜଣେ ବ୍ୟକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାରଣ ଆୟୁବ ନିଜେ ଠିକ୍ ବୋଲି ଘୋଷଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ୱର ଭୁଲ୍।


ତା'ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ୟମାନେ ମଧ୍ୟ ସେଠାରେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ଲୋକ ମୋତେ ଅନୁସରଣ କରିବାକୁ ଗ୍ଭହୁଁଛି, ଯାହାକିଛି ସେ ଗ୍ଭହୁଁଛି, ସେ ସବୁକୁ ଛାଡ଼ି, ନିଜ କ୍ରୁଶକୁ ବହନ କରି ମୋ’ ପଛରେ ଆସୁ।


Swiv nou:

Piblisite


Piblisite