Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 10:14 - ପବିତ୍ର ବାଇବଲ

14 ବିଗ୍ଭର ଦିନ ତୁମ୍ଭମାନଙ୍କ ଦଶା ସୋର ଓ ସୀଦୋନର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତଥାପି ବିଚାରରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ।

Gade chapit la Kopi

ଓଡିଆ ବାଇବେଲ

14 ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ଈଶ୍ୱର ବିଚାର ଦିନରେ ତୁମ୍ଭମାନଙ୍କ ଅପେକ୍ଷା ସୋର ଓ ସୀଦୋନକୁ ଅଧିକ ଦୟା କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 10:14
10 Referans Kwoze  

ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭେମାନେ ଅନ୍ୟ ଲୋକଙ୍କର ନ୍ୟାୟବିଗ୍ଭର କରି ପାରିବ ତା'ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭେମାନେ ନିଜେ ମଧ୍ୟ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ୟାୟ ବିଗ୍ଭର କରୁଛ, ହେଲେ ତୁମ୍ଭେ ମଧ୍ୟ ସେମାନଙ୍କ ପରି ମନ୍ଦ କାମ କରୁଛ। ଅତଏବ ଯେତେବେଳେ ତୁମ୍ଭେ ସେମାନଙ୍କର ନ୍ୟାୟବିଗ୍ଭର କରୁଛ, ସେତେବେଳେ ପ୍ରକୃତରେ ନିଜକୁ ଅପରାଧୀ ବୋଲି ନ୍ୟାୟବିଗ୍ଭର କରୁଛ।


ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ୟବସ୍ଥା ଅଛି ଓ ସୁନ୍ନତ ମଧ୍ୟ, କିନ୍ତୁ ତୁମ୍ଭେମାନେ ବ୍ୟବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହୋଇ ବ୍ୟବସ୍ଥା ପାଳନ କରୁଥିବା ଲୋକେ ଦେଖାଇ ଦେବେ ଯେ ତୁମ୍ଭେ ଦୋଷୀ ଅଟ।


ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ।


“ଏହି ପୃଥିବୀରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭେମାନେ ଏପରି ଏକ ଗୋଷ୍ଠୀ ସ୍ୱତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା।”


“ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭେମାନେ ଆମ୍ଭଙ୍କୁ ଦଣ୍ତ ଦେଇ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦେବା।


ସଦାପ୍ରଭୁ ଏହିକଥା କହନ୍ତି: “ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧ କରିଥିଲେ। ଆଉ ମଧ୍ୟ ସେମାନେ ସମଗ୍ର ଜାତିକୁ ନେଇଗଲେ ଏବଂ ସେମାନଙ୍କୁ କ୍ରୀତଦାସ ରୂପେ ଇଦୋମକୁ ପ୍ରେରଣ କରିଥିଲେ। ସେମାନେ ଇସ୍ରାଏଲୀୟମାନଙ୍କ ସହିତ ବନ୍ଧୁତ୍ୱ ଚୁକ୍ତିକୁ ମନେ ପକାଇ ନ ଥିଲେ।


ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ଦିନ ନ୍ୟାୟ ହେବ, ସେ ଦିନ ସେହି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ହମୋରା ନଗରର ଲୋକଙ୍କ ଅବସ୍ଥା ଅପେକ୍ଷା ଅଧିକ ଖରାପ ହେବ।


ସେ କହିଲେ, ‘‘ହାୟ କୋରାଜୀନ୍! ହାୟ ବେ‌‌‌‌‌‌ଥ୍‌‌‌‌‌‌ସାଇଦା! ତୁମ୍ଭ ଅଞ୍ଚଳରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରାଗଲା, ସେଗୁଡ଼ିକ ଯଦି ସୋର ଓ ସୀଦୋନରେ କରିଥାଆନ୍ତୁ, ତେବେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସେମାନେ ଅଖା ପିନ୍ଧି ଓ ଦେହରେ ପାଉଁଶ ବୋଳି ହୋଇ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ।


Swiv nou:

Piblisite


Piblisite