Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 1:7 - ପବିତ୍ର ବାଇବଲ

7 କିନ୍ତୁ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଲୀଶାବେଥ ବନ୍ଧ୍ୟା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢ଼ାବୁଢ଼ୀ ହୋଇ ଯାଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲା, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା।

Gade chapit la Kopi

ଓଡିଆ ବାଇବେଲ

7 କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲେ, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି, ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ଏଲିଶାବେଥ୍ ବନ୍ଧ୍ୟା ଥିବାରୁ ସେମାନେ ନିଃସନ୍ତାନ ଥିଲେ ଏବଂ ସେମାନଙ୍କ ବୟସ ଗଡ଼ି ଯାଇଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲା, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି, ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 1:7
16 Referans Kwoze  

ପିଲାପିଲି ହେବା ପାଇଁ ଅବ୍ରହାମଙ୍କର ବୟସ ଅଧିକ ହୋଇଯାଇଥିଲା। ଆହୁରି ମଧ୍ୟ ସାରାର ପିଲାପିଲି ହୋଇ ପାରି ନ ଥିଲା। କିନ୍ତୁ ପରମେଶ୍ୱରଙ୍କଠାରେ ଅବ୍ରହାମଙ୍କର ବିଶ୍ୱାସ ଥିଲା, ଅତଏବ ପରମେଶ୍ୱର ସେମାନଙ୍କୁ ସନ୍ତାନ ହେବା ପାଇଁ ସକ୍ଷମ କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ୱାସ ରଖିଥିଲେ।


ଇ‌ଲ୍‌କାନାର ଦୁଇଟି ସ୍ତ୍ରୀ ଥିଲେ, ଜଣକର ନାମ ଥିଲା ହାନ୍ନା ଓ ଅନ୍ୟ ଜଣକର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।


ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବୟସ ଅତିକ୍ରମ ହୋଇଥିଲା।


ଇ‌ସ୍‌ହାକଙ୍କର ସେହି ସ୍ତ୍ରୀ ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲେ।


ଇଲୀଶାୟ ଗିହେଜୀକୁ କହିଲେ, “ତେବେ ତା’ ପାଇଁ କ’ଣ କରାଯିବ?” ଗିହେଜୀ ଉତ୍ତର କଲେ, “ମୁଁ ଜାଣେ ତା'ର ପୁତ୍ର ନାହିଁ ଓ ତା'ର ସ୍ୱାମୀ ବୃଦ୍ଧ।”


ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”


ଅବ୍ରହାମଙ୍କୁ 100 ବର୍ଷ ବୟସ ହୋଇଥିଲା, ଅତଏବ ପିଲାପିଲି ହେବା ସମୟ ଗ୍ଭଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରହାମ ଏ କଥା ଭାବିଥିଲେ।


ରାଜା ଦାଉଦ ଅତ୍ୟନ୍ତ ବୃଦ୍ଧ ହେଲେ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ରରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ।


ରାହେଲ ଦେଖିଲେ ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲେୟା ପ୍ରତି ଈର୍ଷାନ୍ୱିତ ହେଲେ। ତେଣୁ ରାହେଲ ଯାକୁବକୁ କହିଲେ, “ମୋତେ ପିଲା ଦିଅ ନ ହେଲେ ମୁଁ ମରିବି।”


ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ।


ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା।


ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା।


Swiv nou:

Piblisite


Piblisite