Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 1:53 - ପବିତ୍ର ବାଇବଲ

53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ, କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଆହାରରେ ପୂର୍ଣ୍ଣ କରିଛନ୍ତି ଓ ଧନୀମାନଙ୍କୁ ଶୂନ୍ୟ ହସ୍ତରେ ଫେରାଇ ଦେଇଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି।

Gade chapit la Kopi




ଲୂକ ଲିଖିତ ସୁସମାଚାର 1:53
21 Referans Kwoze  

ତୁମ୍ଭେମାନେ, ଯେଉଁମାନେ ଏବେ ଭୋକିଲା, ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ରୋଦନ କରୁଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଧନ୍ୟ, କାରଣ ତୁମ୍ଭେମାନେ ଆନନ୍ଦରେ ଜୀବନଯାପନ କରିବ।


ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ। କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।


“କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍ କାରଣ ତୁମ୍ଭେମାନେ ଆରାମଦାୟକ ଜୀବନ କଟାଇ ଆସିଛ।


ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ, କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।


ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜାଗତିକ ଭାବରେ ଜ୍ଞାନୀ ଥିଲ, ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲ ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍ କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ।


ତା'ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ।


ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ, ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ। ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ, ସେମାନେ ଖାଦ୍ୟ ପାଇ ଅଛନ୍ତି। ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା ସେ ଦୁଃଖିତା ହୋଇଅଛି।


ତୁମ୍ଭେମାନେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭେ ନିଜକୁ ଧନ୍ୟ ବୋଲି ମନେ କରୁଛ। ତୁମ୍ଭେମାନେ ଆମ୍ଭ ବିନା ରାଜା ହୋଇ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭେମାନେ ପ୍ରକୃତରେ ରାଜା ହୋଇଥିଲେ ଭଲ ହୋଇଥା’ନ୍ତା। ତା'ହେଲେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିଥାଆନ୍ତୁ।


ମୁଁ ସେମାନଙ୍କୁ ଦୁର୍ଭିକ୍ଷରୁ ରକ୍ଷା ପାଇଁ ଉଦ୍ୟାନ ଦେବି ଏବଂ ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଅପମାନିତ ହେବେ ନାହିଁ।


ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି। ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି। ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।


ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ। ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।


Swiv nou:

Piblisite


Piblisite