Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 9:23 - ପବିତ୍ର ବାଇବଲ

23 ଅନନ୍ତର ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ। ପୁଣି ବାହାରକୁ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେତେବେଳେ ସବୁ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ମହିମା ପ୍ରକଟିତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଅନନ୍ତର ମୋଶା ଓ ହାରୋଣ ସମାଗମ-ତମ୍ଵୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା।

Gade chapit la Kopi

ଓଡିଆ ବାଇବେଲ

23 ଏଥିଉତ୍ତାରେ ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏଥିଉତ୍ତାରେ ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା।

Gade chapit la Kopi




ଲେବୀୟ ପୁସ୍ତକ 9:23
10 Referans Kwoze  

ତା'ପରେ ମୋଶା କହିଲେ, “ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ। ଏହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ମହିମା ପ୍ରକାଶ ପାଇବ।”


ପୁଣି କୋରହ ସମସ୍ତ ମଣ୍ତଳୀକି ଏକତ୍ରିତ କରି ସମାଗମ-ତମ୍ବୁଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ଉପସ୍ଥିତ ହେଲେ, ସେତେବେଳେ ସମସ୍ତ ମଣ୍ତଳୀ ପ୍ରତି ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।


ଯେତେବେଳେ ଲୋକମାନେ ମୋଶା ଓ ହାରୋଣ ବିରୁଦ୍ଧରେ ଏକତ୍ରିତ ହେଲେ, ସେମାନେ ବୁଲିପଡ଼ିଲେ ଓ ସମାଗମ-ତମ୍ବୁକୁ ଦେଖିଲେ ଯେ, ତାହା ମେଘରେ ଆଚ୍ଛାଦିତ ହୋଇଥିଲା ଏବଂ ସଦାପ୍ରଭୁଙ୍କର ମହିମା ଦେଖାଯାଉଥିଲା।


ମାତ୍ର ସମସ୍ତ ମଣ୍ତଳୀ ସେମାନଙ୍କୁ ପଥର ମାରି ହତ୍ୟା କରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କର ମହିମା ସମାଗମ-ତମ୍ବୁରେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ପ୍ରତି ପ୍ରକାଶିତ ହେଲା।


ମୋଶା ସେହି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷେପ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡ଼ିକ ଠିକ୍ ଭାବରେ ହୋଇଥିଲା। ତେଣୁ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।


ଶଲୋମନ ପ୍ରାର୍ଥନା କରି ସାରିବା ପରେ ଆକାଶରୁ ଅଗ୍ନି ଆସି ହୋମବଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା।


ଯେତେବେଳେ ହାରୋଣ ଇସ୍ରାଏଲୀୟମାନଙ୍କୁ କହିଲେ, ସେମାନେ ମରୁଭୂମି ଆଡ଼କୁ ବୁଲି ଗ୍ଭହିଁଲେ। ହଠାତ୍ ମେଘ ମଧ୍ୟରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।


ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମେଷ ନିଅ। ସେମାନେ ସେହି ଜିନିଷଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସେମାନଙ୍କୁ ଦର୍ଶନ ଦେଉଛନ୍ତି।’”


Swiv nou:

Piblisite


Piblisite