Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 9:12 - ପବିତ୍ର ବାଇବଲ

12 ତାହାପରେ ହାରୋଣ ହୋମବଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଅନନ୍ତର ସେ ହୋମାର୍ଥକ ବଳି ବଧ କଲେ; ପୁଣି ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ।

Gade chapit la Kopi

ଓଡିଆ ବାଇବେଲ

12 ଏଥିଉତ୍ତାରେ ହାରୋଣ ହୋମାର୍ଥକ ବଳି ବଧ କଲେ; ପୁଣି ତାହାଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଥିଉତ୍ତାରେ ହାରୋଣ ହୋମାର୍ଥକ ବଳି ବଧ କଲେ; ପୁଣି ତାହାଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ।

Gade chapit la Kopi




ଲେବୀୟ ପୁସ୍ତକ 9:12
9 Referans Kwoze  

ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।


ତା'ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଅଙ୍ଗୁଳି ବୁଡ଼ାଇ ଯଜ୍ଞବେଦିର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ଯଜ୍ଞବେଦି ମୂଳରେ ଢାଳିଲେ।


ତା'ପରେ ସେ ମାଂସ ଓ ଚର୍ମ ନେଇ ଛାଉଣିର ବାହାରେ ସେଗୁଡ଼ିକୁ ଦ‌‌‌‌ଗ୍‌‌‌‌ଧ କଲେ।


ତା'ପରେ ତାଙ୍କର ପୁତ୍ରଗଣ ତାଙ୍କ ନିକଟରେ ହୋମବଳିର ଖଣ୍ଡ ଖଣ୍ଡ ମାଂସ ଓ ମସ୍ତକ ସମର୍ପଣ କଲେ। ସେ ସମସ୍ତ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ।


ମାତ୍ର ହାରୋଣ ମୋଶାଙ୍କୁ କହିଲେ, “ଦେଖ, ସେମାନେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜର ପାପାର୍ଥକ ବଳି ଓ ନିଜ ନିଜର ହୋମବଳି ଉତ୍ସର୍ଗ କଲେ। ତଥାପି ମୋ’ ପ୍ରତି ଏହା ଘଟିଲା। ଯେବେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥା’ନ୍ତି ତେବେ ତାହା କ’ଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ ହୋଇଥା’ନ୍ତା?”


ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହୋମବଳି ବିଧି ଅନୁସାରେ ଉତ୍ସର୍ଗ କଲେ।


Swiv nou:

Piblisite


Piblisite