Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 8:31 - ପବିତ୍ର ବାଇବଲ

31 ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁ ସମ୍ମୁଖରେ ମାଂସ ରାନ୍ଧ। ‘ତୁମ୍ଭେମାନେ ମଧ୍ୟ ତାହା ସେଠାରେ ଭୋଜନ କରିବ।’ ନିଯୋଗାର୍ଥକ ଡାଲାରେ ଥିବା ରୋଟୀ ନେଇ ଏକାଠି ଭୋଜନ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, ସମାଗମ-ତମ୍ଵୁଦ୍ଵାର ନିକଟରେ ମାଂସ ସିଦ୍ଧ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,ʼ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଡାଲାରେ ଥିବା ରୋଟୀ ଭୋଜନ କର।

Gade chapit la Kopi

ଓଡିଆ ବାଇବେଲ

31 ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁର ଦ୍ୱାର ନିକଟରେ ମାଂସ ରନ୍ଧନ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,’ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଟୋକେଇରେ ଥିବା ରୁଟି ଭୋଜନ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁର ଦ୍ୱାର ନିକଟରେ ମାଂସ ରନ୍ଧନ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,’ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଟୋକେଇରେ ଥିବା ରୁଟି ଭୋଜନ କର।

Gade chapit la Kopi




ଲେବୀୟ ପୁସ୍ତକ 8:31
12 Referans Kwoze  

ଅତଏବ ଏବେ ମୁଁ ନିଜେ ଜୀବିତ ନାହିଁ, ମାତ୍ର ମୋ’ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଛନ୍ତି। ମୋର ଶରୀର ମଧ୍ୟରେ ମୁଁ ଏ ପର୍ଯ୍ୟନ୍ତ ଜୀବିତ ଅଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ମୋର ବିଶ୍ୱାସ ପାଇଁ ମୁଁ ଜୀବିତ ଅଛି। ସେ ମୋତେ ଭଲ ପାଇଲେ। ସେ ମୋ’ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି ଦେଇଛନ୍ତି।


ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତେବେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମୋର ଶରୀର। ମୁଁ ମୋର ଶରୀର ଦେଇଦେବି, ତଦ୍ଦ୍ୱାରା ଜଗତର ଲୋକମାନେ ଜୀବନ ପାଇ ପାରିବେ।”


ତା'ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ।


ପରମେଶ୍ୱରଙ୍କର ଖାଦ୍ୟ କ'ଣ? ପରମେଶ୍ୱରଙ୍କର ଖାଦ୍ୟ ହେଉଛି ଜଣେ ବ୍ୟକ୍ତି ଯିଏ ଜଗତକୁ ଜୀବନ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇଛନ୍ତି।”


“ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦେଇଛନ୍ତି।


ମଙ୍ଗଳାର୍ଥକ ବଳି ପ୍ରଭୁଙ୍କ ଧନ୍ୟବାଦର ବଳି ରୂପେ ଉତ୍ସର୍ଗ କରାଯାଏ। ସେହି ବଳିର ମାଂସ ସେହି ଉତ୍ସର୍ଗ ଦିନରେ ଭୋଜନ କରାଯିବ। ତହିଁରୁ କୌଣସି ମାଂସ ପରଦିନ ପ୍ରାତଃକାଳ ପର୍ଯ୍ୟନ୍ତ ରହିବ ନାହିଁ।


ଯଦି ତାହା ମାଟିପାତ୍ରରେ ପାକ କରାଯାଏ ତେବେ ତାହା ଭଙ୍ଗା ଯିବ, ଯେବେ ପିତ୍ତଳ ପାତ୍ରରେ ତାହା ପାକ ହୁଏ ତେବେ ତାହା ମଜା ଯିବ ଓ ଜଳରେ ପରିଷ୍କୃତ ହେବ।


Swiv nou:

Piblisite


Piblisite