Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 8:2 - ପବିତ୍ର ବାଇବଲ

2 “ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମେଷଛୁଆ ଓ ତାଡ଼ିଶୂନ୍ୟ ରୋଟୀର ଡାଲା ଏକତ୍ରିତ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭେ ହାରୋଣକୁ ଓ ତାହା ସହିତ ତାହାର ପୁତ୍ରଗଣଙ୍କୁ; ଆଉ ବସ୍ତ୍ରସକଳ ଓ ଅଭିଷେକାର୍ଥକ ତୈଳ ଓ ପାପାର୍ଥକ ବଳିର ଗୋବତ୍ସ ଓ ଦୁଇ ମେଷ ଓ ତାଡ଼ିଶୂନ୍ୟ ରୋଟୀର ଡାଲା ସଙ୍ଗେ ନିଅ।

Gade chapit la Kopi

ଓଡିଆ ବାଇବେଲ

2 “ତୁମ୍ଭେ ହାରୋଣକୁ ଓ ତାହା ସହିତ ତାହାର ପୁତ୍ରଗଣଙ୍କୁ, ଆଉ ବସ୍ତ୍ରସକଳ, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳିର ଗୋବତ୍ସ, ଦୁଇ ମେଷ ଓ ତାଡ଼ିଶୂନ୍ୟ ରୁଟିର ଟୋକେଇ ଆପଣା ସଙ୍ଗେ ନିଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ତୁମ୍ଭେ ହାରୋଣକୁ ଓ ତାହା ସହିତ ତାହାର ପୁତ୍ରଗଣଙ୍କୁ, ଆଉ ବସ୍ତ୍ରସକଳ, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳିର ଗୋବତ୍ସ, ଦୁଇ ମେଷ ଓ ତାଡ଼ିଶୂନ୍ୟ ରୁଟିର ଟୋକେଇ ଆପଣା ସଙ୍ଗେ ନିଅ।

Gade chapit la Kopi




ଲେବୀୟ ପୁସ୍ତକ 8:2
15 Referans Kwoze  

ସେ ଅନ୍ୟ ଯାଜକମାନଙ୍କ ଭଳି ନୁହନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସେମାନଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।


ଯାଜକ ରୂପେ ସେବା କଲାବେଳେ ହାରୋଣ ଓ ତାଙ୍କର ପୁତ୍ରମାନେ ଯେଉଁ ସୁଶୋଭିତ ଗ୍ଭେଗା ପରିଧାନ କରିଥିଲେ ତାହା ସେମାନେ ଦେଖାଇଲେ।


ହାରୋଣର ପୁତ୍ରଗଣଙ୍କ ନିମନ୍ତେ ଗ୍ଭେଗା, କଟିବନ୍ଧନ ଓ ପଗଡ଼ି ପ୍ରସ୍ତୁତ କର। ଏହି ବସ୍ତ୍ରଗୁଡ଼ିକ ସେମାନଙ୍କୁ ଗୌରବ ଓ ସୌନ୍ଦର୍ଯ୍ୟ ଦେବ।


ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀହୂ, ଇଲିୟାଜର ଓ ଈଥାମରକୁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ଆଣ। ସେମାନେ ମୋର ଯାଜକଗଣ ହେବେ।


ଯାଜକଗଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହୋମବଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ଯଜ୍ଞବେଦି ପାର୍ଶ୍ୱରେ ରଖିବା ଉଚିତ୍।


ସଦାପ୍ରଭୁ ମୋଶାଙ୍କୁ କହିଲେ,


ପୁଣି ସମାଗମ-ତମ୍ବୁ ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।”


ଅନନ୍ତର ମୋଶା ଅଭିଷେକାର୍ଥକ ତୈଳ ନେଇ ପବିତ୍ର ତମ୍ବୁ ଓ ତହିଁ ମଧ୍ୟରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ।


ତା'ପରେ ସେ ହୋମବଳି ପାଇଁ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ।


ଅନନ୍ତର ସେ ଅନ୍ୟ ମେଷ ଅର୍ଥାତ୍ ପଦନିଯୋଗାର୍ଥକ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତ ରଖିଲେ।


Swiv nou:

Piblisite


Piblisite