Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 8:13 - ପବିତ୍ର ବାଇବଲ

13 ତା'ପରେ ମୋଶା ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ଜାମା ପିନ୍ଧାଇଲେ, କଟିରେ ସେମାନଙ୍କର କଟିବନ୍ଧନୀ ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ। ମୋଶା ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଅନନ୍ତର ମୋଶା ହାରୋଣଙ୍କର ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ଜାମା ପିନ୍ଧାଇଲେ ଓ କଟିବନ୍ଧନୀରେ ସେମାନଙ୍କର କଟି ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।

Gade chapit la Kopi

ଓଡିଆ ବାଇବେଲ

13 ଏଥିଉତ୍ତାରେ ମୋଶା ହାରୋଣଙ୍କର ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ସେମାନଙ୍କର କଟି ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏଥିଉତ୍ତାରେ ମୋଶା ହାରୋଣଙ୍କର ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ସେମାନଙ୍କର କଟି ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।

Gade chapit la Kopi




ଲେବୀୟ ପୁସ୍ତକ 8:13
15 Referans Kwoze  

ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ୟ ସ୍ୱରୂପ, ଓ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଯାଜକଗଣ କରିଅଛ। ସେମାନେ ଏ ପୃଥିବୀ ଉପରେ ରାଜତ୍ୱ କରିବେ।”


ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ୟ ସ୍ୱରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ୱରଙ୍କର ସେବାରେ ଯାଜକ ରୂପେ ନିଯୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍।


କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।


ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର।


“ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି, ମୋର ପ୍ରାଣ ମୋର ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ନିଜକୁ ଭୂଷିତ କରେ ଓ କନ୍ୟା ଯେପରି ନିଜକୁ ରତ୍ନରେ ଭୂଷିତା କରେ ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ରରେ ମୋତେ ଆବୃତ କରିଅଛନ୍ତି।


ମାତ୍ର ତୁମ୍ଭେମାନେ ‘ସଦାପ୍ରଭୁଙ୍କର ଯାଜକ’ ବୋଲି ଖ୍ୟାତ ହେବ। ଲୋକମାନେ ତୁମ୍ଭମାନଙ୍କୁ ‘ଆମ୍ଭମାନଙ୍କର ପରିଗ୍ଭଳକ’ ବୋଲି ଡାକିବେ। ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଗର୍ବିତ ହେବ।


ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।


ଏହା ପରେ ହାରୋଣଙ୍କୁ ସେହି ପବିତ୍ର ବସ୍ତ୍ର ପରିଧାନ କରାଅ। ତା'ପରେ ତାକୁ ଅଭିଷିକ୍ତ ଓ ଉତ୍ସର୍ଗିତ କର ଏବଂ ସେ ମୋର ଯାଜକ ହେବ।


ତେଣୁ ମୀଖାୟେଲ ଓ ଇଲୀଷାଫନ ମୋଶାଙ୍କ ଆଜ୍ଞା ପାଳନ କଲେ। ସେମାନେ ନାଦବ ଓ ଅବୀହୂର ଶବକୁ ଜାମା ସହିତ ଛାଉଣିର ବାହାରକୁ ନେଇଗଲେ।


ଯେତେବେଳେ ଯାଜକମାନେ ପବିତ୍ର ଅଞ୍ଚଳରେ ପ୍ରବେଶ କରନ୍ତି, ସେ ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ। ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି ତାହା ସବୁ ସେଠାରେ ନ ରଖିବା ପର୍ଯ୍ୟନ୍ତ ସେସବୁ ପବିତ୍ର। ଆଉ ସେମାନେ ଅନ୍ୟ ବସ୍ତ୍ର ପିନ୍ଧି ଲୋକମାନଙ୍କ ନିକଟକୁ ଯିବେ।”


ମୋଶା ସଦାପ୍ରଭୁଙ୍କ ସମସ୍ତ ନିୟମ ମାନି ତାଙ୍କର ଆଜ୍ଞା ଅନୁଯାୟୀ କାର୍ଯ୍ୟମାନ କଲେ।


Swiv nou:

Piblisite


Piblisite