Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 7:9 - ପବିତ୍ର ବାଇବଲ

9 ପ୍ରତ୍ୟେକ ଶସ୍ୟ ନୈବେଦ୍ୟ ଯାହା ତୁନ୍ଦୁରରେ ବା କରେଇରେ ପକ୍ୱ କରାଯାଏ, ସେସବୁ ଉତ୍ସର୍ଗକାରୀ ଯାଜକର ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି, ତନ୍ଦୁରରେ ବା କରେଇରେ ଅବା ପଲମରେ ପକ୍ଵ ଯେତେ ଭକ୍ଷ୍ୟ-ନୈବେଦ୍ୟ, ତାହା ସବୁ ଉତ୍ସର୍ଗକାରୀ ଯାଜକର ହେବ।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ତନ୍ଦୁରରେ ବା କରେଇରେ ଅବା ପଲମରେ ରନ୍ଧନ ହୋଇଥିବା ଯେତେ ଭକ୍ଷ୍ୟ ନୈବେଦ୍ୟ, ତାହା ସବୁ ଉତ୍ସର୍ଗକାରୀ ଯାଜକର ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ତନ୍ଦୁରରେ ବା କରେଇରେ ଅବା ପଲମରେ ରନ୍ଧନ ହୋଇଥିବା ଯେତେ ଭକ୍ଷ୍ୟ ନୈବେଦ୍ୟ, ତାହାସବୁ ଉତ୍ସର୍ଗକାରୀ ଯାଜକର ହେବ।

Gade chapit la Kopi




ଲେବୀୟ ପୁସ୍ତକ 7:9
12 Referans Kwoze  

ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା’ ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।


ସେମାନେ ଶସ୍ୟ ବଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଭୋଜନ କରିବେ। ଇସ୍ରାଏଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସେମାନଙ୍କର ହେବ।


ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡ଼ିକ ତୁମ୍ଭର ହେବ। ଏହି ଅଂଶଗୁଡ଼ିକ ଦ‌ଗ୍‌ଧ ହେବା ଉଚିତ୍ ନୁହଁ ଯଥା: ସେମାନଙ୍କର ଶସ୍ୟ ନୈବେଦ୍ୟ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡ଼ିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ।


ସେହି ଶସ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହେବ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆଯାଏ ତାହା ମହାପବିତ୍ର ଅଟେ।


ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସେବକ ସେମାନେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବେଦୀର ସେବାରେ ନିଯୁକ୍ତ ସେମାନେ ବେଦୀକୁ ଅଣାଯାଇଥିବା ନୈବେଦ୍ୟରୁ କିଛି ଭାଗ ପାଆନ୍ତି।


ସେନାବାହିନୀରେ କୌଣସି ସୈନିକ କ’ଣ ନିଜ ଖର୍ଚ୍ଚରେ ଯୁଦ୍ଧ କରେ? କୌଣସି ଲୋକ କ’ଣ ଅଙ୍ଗୁର ବଗିଗ୍ଭ ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମେଷପାଳନ କରି ନିଜ ପାଇଁ ମେଷଦୁଧ ନିଏ ନାହିଁ?


ଏହିରୂପେ ଯାଜକ ନିଜକୁ ପ୍ରାୟଶ୍ଚିତ କରିବ, ଏହି ପାପଗୁଡ଼ିକର କୌଣସି ବିଷୟ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦେବେ। ଅବଶିଷ୍ଟ ନୈବେଦ୍ୟ ଶସ୍ୟ ନୈବେଦ୍ୟ ପରି ଯାଜକର ହେବ।”


ପୁଣି ଯାଜକ ଯେଉଁ ଲୋକର ହୋମବଳି ଉତ୍ସର୍ଗ କରେ, ତା'ର ସେହି ଉତ୍ସର୍ଗୀକୃତ ହୋମବଳିର ଚର୍ମ ସେହି ଯାଜକ ନିଜେ ନେବ।


ସମସ୍ତ ଶସ୍ୟ ନୈବେଦ୍ୟ ହାରୋଣଙ୍କ ପୁତ୍ରମାନଙ୍କର। ତାହା ତୈଳମିଶ୍ରିତ ହେଉ ବା ଶୁଷ୍କ ହେଉ, ସେଥିରେ କିଛି ପ୍ରଭେଦ ରହିବ ନାହିଁ। ସେହି ନୈବେଦ୍ୟ ହାରୋଣଙ୍କ ପୁତ୍ରଗଣଙ୍କ ମଧ୍ୟରେ ବଣ୍ଟାଯିବ।


ଅନନ୍ତର ଅରାମର ରାଜା ହସାୟେଲ ଗାଥ୍ ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କଲେ।


Swiv nou:

Piblisite


Piblisite