Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 7:7 - ପବିତ୍ର ବାଇବଲ

7 ପାପାର୍ଥକ ବଳି ଯେଉଁପରି, ଦୋଷାର୍ଥକ ବଳି ମଧ୍ୟ ସେହିପରି। ଯେଉଁ ଯାଜକ ସେହି ପ୍ରାୟଶ୍ଚିତ କରେ, ତାହା ତାଙ୍କର ହେବ। ଦୁଇଟିର ବ୍ୟବସ୍ଥା ଏକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି; ଯେଉଁ ଯାଜକ ତଦ୍ଦ୍ଵାରା ପ୍ରାୟଶ୍ଚିତ୍ତ କରଇ, ତାହା ତାହାରି ହେବ; ଦୁଇର ବ୍ୟବସ୍ଥା ଏକ।

Gade chapit la Kopi

ଓଡିଆ ବାଇବେଲ

7 ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି; ଯେଉଁ ଯାଜକ ତଦ୍ଦ୍ୱାରା ପ୍ରାୟଶ୍ଚିତ୍ତ କରେ, ତାହା ତାହାରି ହେବ; ଦୁଇଟିର ବ୍ୟବସ୍ଥା ଏକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି; ଯେଉଁ ଯାଜକ ତଦ୍ଦ୍ୱାରା ପ୍ରାୟଶ୍ଚିତ୍ତ କରେ, ତାହା ତାହାରି ହେବ; ଦୁଇଟିର ବ୍ୟବସ୍ଥା ଏକ।

Gade chapit la Kopi




ଲେବୀୟ ପୁସ୍ତକ 7:7
11 Referans Kwoze  

ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସେବକ ସେମାନେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବେଦୀର ସେବାରେ ନିଯୁକ୍ତ ସେମାନେ ବେଦୀକୁ ଅଣାଯାଇଥିବା ନୈବେଦ୍ୟରୁ କିଛି ଭାଗ ପାଆନ୍ତି।


ତା'ପରେ ସେ ଯାଜକ ଯେଉଁ ସ୍ଥାନରେ ପାପାର୍ଥକ ଓ ହୋମବଳି ବଧ କରାଯାଏ ସେହି ପବିତ୍ର ସ୍ଥାନରେ ସେହି ମେଷବତ୍ସ ବଧ କରିବ। ପାପାର୍ଥକ ବଳିପରି ଦୋଷାର୍ଥକ ବଳି ମଧ୍ୟ ଯାଜକର ଅଟେ। ତାହା ମହାପବିତ୍ର ଅଟେ।


ଇସ୍ରାଏଲ ଲୋକମାନଙ୍କ କଥା ଭାବ। ସେମାନେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ’ଣ ବେଦୀର ଅଂଶୀଦାର ନୁହନ୍ତି?


ଶସ୍ୟ ନୈବେଦ୍ୟ ବିନା ତାଡ଼ିରେ ପାକ କରାଯିବ। ମୋତେ ଦିଆଯାଇଥିବା ଉପହାରରୁ କିଛି ଅଂଶ ଯାଜକମାନଙ୍କୁ ଦେଇଅଛି। ତାହା ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ମହାପବିତ୍ର ରୂପେ ବ୍ୟବହାର କରାଯିବା ଉଚିତ୍।


ପୁଣି ଯାଜକ ଯେଉଁ ଲୋକର ହୋମବଳି ଉତ୍ସର୍ଗ କରେ, ତା'ର ସେହି ଉତ୍ସର୍ଗୀକୃତ ହୋମବଳିର ଚର୍ମ ସେହି ଯାଜକ ନିଜେ ନେବ।


କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣରେ ବ୍ୟବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା।


ଏହି ଶସ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆଯାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।


ସେହି ଶସ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହେବ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆଯାଏ ତାହା ମହାପବିତ୍ର ଅଟେ।


ଦୋଷକର୍ତ୍ତା ଦୋଷ ପାଇଁ ଯାହାକୁ କ୍ଷତିପୂରଣ ଦେବା କଥା ସେ ଯଦି ମୃତ ହୋଇଥାଏ ଓ ତାହାର ଜ୍ଞାତିରେ କେହି ନ ଥା’ନ୍ତି, ତେବେ ସେ ସଦାପ୍ରଭୁଙ୍କୁ ପରିଶୋଧ କରିବ। ସଦାପ୍ରଭୁଙ୍କୁ କ୍ଷତିପୂରଣ ଦେବ, ତାହା ଯାଜକର ହେବ ଓ ତାହା ସହିତ ସେହି ମନୁଷ୍ୟ ତା'ର ପ୍ରାୟଶ୍ଚିତ ପାଇଁ ଏକ ମେଷ ବଳି ଉସର୍ଗ କରିବ।


ଅନନ୍ତର ଅରାମର ରାଜା ହସାୟେଲ ଗାଥ୍ ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କଲେ।


Swiv nou:

Piblisite


Piblisite