Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 7:5 - ପବିତ୍ର ବାଇବଲ

5 ପୁଣି ଯାଜକ ସଦାପ୍ରଭୁଙ୍କୁ ଉପହାର ସ୍ୱରୂପ ଏହିସବୁ ନେଇ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ, ଏହା ହେଉଛି ଦୋଷାର୍ଥକ ବଳି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି, ଯାଜକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରାର୍ଥେ ବେଦି ଉପରେ ତାହାସବୁ ଦଗ୍ଧ କରିବ; ଏହା ଦୋଷାର୍ଥକ ବଳି।

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ଯାଜକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରାର୍ଥେ ବେଦି ଉପରେ ତାହାସବୁ ଦଗ୍ଧ କରିବ; ଏହା ଦୋଷାର୍ଥକ ବଳି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ଯାଜକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରାର୍ଥେ ବେଦି ଉପରେ ତାହାସବୁ ଦଗ୍ଧ କରିବ; ଏହା ଦୋଷାର୍ଥକ ବଳି।

Gade chapit la Kopi




ଲେବୀୟ ପୁସ୍ତକ 7:5
13 Referans Kwoze  

ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ନିଜର ମନର ଆବେଗ ଓ ପାପମୟ ସ୍ୱଭାବକୁ କ୍ରୁଶରେ ବିଦ୍ଧ କରିଛନ୍ତି। ସେମାନେ ନିଜର ସ୍ୱାର୍ଥପର ମନୋଭାବ ଓ ମନ୍ଦକାର୍ଯ୍ୟ ସବୁକୁ ତ୍ୟାଗ କରିଛନ୍ତି।


ଅତଏବ ଏବେ ମୁଁ ନିଜେ ଜୀବିତ ନାହିଁ, ମାତ୍ର ମୋ’ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଜୀବିତ ଅଛନ୍ତି। ମୋର ଶରୀର ମଧ୍ୟରେ ମୁଁ ଏ ପର୍ଯ୍ୟନ୍ତ ଜୀବିତ ଅଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ମୋର ବିଶ୍ୱାସ ପାଇଁ ମୁଁ ଜୀବିତ ଅଛି। ସେ ମୋତେ ଭଲ ପାଇଲେ। ସେ ମୋ’ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି ଦେଇଛନ୍ତି।


ତା'ପରେ ଯାଜକ ଯଜ୍ଞବେଦି ଉପରେ ଏହିସବୁ ଦ‌‌‌‌ଗ୍‌‌‌‌ଧ କରିବ। ଏହି ଭୋଜ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର ଅଟେ। ମାତ୍ର ସମସ୍ତ ମେଦ ସଦାପ୍ରଭୁଙ୍କର।


ତା'ପରେ କିଛି ମର୍ଦ୍ଦିତ ଶସ୍ୟ, କିଛି ତୈଳ ଓ ସମସ୍ତ ଲୋବାନି ଗୋଟିଏ ସ୍ମରଣାର୍ଥକ ଅଂଶ ରୂପେ ଦ‌‌‌‌ଗ୍‌‌‌‌ଧ କରିବ। ଏହା ସଦାପ୍ରଭୁଙ୍କ ପ୍ରତି ଗୋଟିଏ ଉପହାର ଅଟେ।


ପୁଣି ଯାଜକ ସେହି ଭଜା ଶସ୍ୟରୁ କିଛି ଅଂଶ ନେବା ଉଚିତ୍ ଓ ଯଜ୍ଞବେଦି ଉପରେ ଏହି ସ୍ମରଣାର୍ଥକ ଅଂଶ ଦ‌‌‌‌ଗ୍‌‌‌‌ଧ କରିବା ଉଚିତ୍। ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ଅଟେ।


ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କର୍ପୂର ନେବ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଅଟେ।


ମାତ୍ର ସେ ତା'ର ଅନ୍ତ୍ର ଅଂଶ ଓ ଗୋଡ଼ ଜଳରେ ଧୌତ କରିବ। ତା'ପରେ ଯାଜକ ସମ୍ପୂର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ହେବ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନୈବେଦ୍ୟ।


ମାତ୍ର ସେହି ଯାଜକ ଅନ୍ତ ଅଂଶ ଓ ଗୋଡ଼ ଜଳରେ ଧୌତ କରିବେ ତା'ପରେ ଯାଜକ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବେ ଓ ତାହା ଗୋଟିଏ ହୋମବଳି ହେବ। ଏବଂ ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ହେବ।


“ଯଦି ସେ ମେଷ ଶାବକ ଦେବାକୁ ଅକ୍ଷମ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


ଆଉ ସେ ଯାଜକ ଦୁଇ ଗୁରୁଦା ଓ ମେଦ ଉପରିସ୍ଥିତ ଓ ପାର୍ଶ୍ୱସ୍ଥ ମେଦର ପଛ ମାଂସପେଶୀର ନିମ୍ନଭାଗ ଓ ମେଦର ଆଚ୍ଛାଦିତ ଯକୃତ ନେଇ ଉତ୍ସର୍ଗ କରିବା ଉଚିତ୍। ସେ ଏହା ଗୁରୁଦା ସହିତ ନିଶ୍ଚୟ ବାହାର କରିବ।


“ଯାଜକ ପରିବାର ମଧ୍ୟରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରି ପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।


ସେ ମଙ୍ଗଳାର୍ଥକ ନୈବେଦ୍ୟର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ୍ର ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ ଉତ୍ସର୍ଗ କରିବ।


Swiv nou:

Piblisite


Piblisite