Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 7:34 - ପବିତ୍ର ବାଇବଲ

34 ମୁଁ (ସଦାପ୍ରଭୁ) ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟରୁ ବକ୍ଷ ଓ ଚଟୁଆ ନେଇ ଚିରକାଳ ଦେୟ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦେଇଅଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ଯେହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ମଙ୍ଗଳାର୍ଥକ ବଳିରୁ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ ନେଇ ଇସ୍ରାଏଲ-ସନ୍ତାନଗଣର ଅନନ୍ତକାଳୀନ ଦେୟ ରୂପେ ହାରୋଣ ଯାଜକକୁ ଓ ତାହାର ପୁତ୍ରଗଣଙ୍କୁ ଦେଇଅଛୁ।

Gade chapit la Kopi

ଓଡିଆ ବାଇବେଲ

34 ଯେହେତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ବଳିରୁ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ ନେଇ ଇସ୍ରାଏଲ ସନ୍ତାନଗଣର ଅନନ୍ତକାଳୀନ ଦେୟ ରୂପେ ହାରୋଣ ଯାଜକକୁ ଓ ତାହାର ପୁତ୍ରଗଣଙ୍କୁ ଦେଇଅଛୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ଯେହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ମଙ୍ଗଳାର୍ଥକ ବଳିରୁ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ ନେଇ ଇସ୍ରାଏଲ-ସନ୍ତାନଗଣର ଅନନ୍ତକାଳୀନ ଦେୟ ରୂପେ ହାରୋଣ ଯାଜକକୁ ଓ ତାହାର ପୁତ୍ରଗଣଙ୍କୁ ଦେଇଅଛୁ।

Gade chapit la Kopi




ଲେବୀୟ ପୁସ୍ତକ 7:34
12 Referans Kwoze  

“ତୁମ୍ଭେମାନେ ଯେତେବେଳେ ବଳିଦାନ କରିବ, ତୁମ୍ଭେମାନେ ଯାଜକଙ୍କୁ ଏହି ଅଂଶ ଯଥା: ଆଗ-ଚଟୁଆ, ଦୁଇଗାଲ ଓ ପାକସ୍ଥଳୀ ଦେବ।


ଏହି ବିଧି ପ୍ରତ୍ୟେକ ଗୃହରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ୟ‌ଦ୍‌ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀୟ ହେବ। ତୁମ୍ଭେମାନେ ଯେଉଁଠାରେ ରୁହ ନା କାହିଁକି ମେଦ କିମ୍ବା ରକ୍ତ ଭୋଜନ କରିବ ନାହିଁ।”


ହାରୋଣର ଓ ତା'ର ପୁତ୍ରମାନଙ୍କର କଟିରେ କଟିବନ୍ଧନ ବାନ୍ଧିଦିଅ ଓ ସେମାନଙ୍କ ମସ୍ତକରେ ପଗଡ଼ି ବାନ୍ଧ। ତହିଁରେ ସେମାନେ ବିଶେଷ ବ୍ୟବସ୍ଥା ଅନୁସାରେ ସର୍ବଦା ଯାଜକ ହେବେ।


“ହାରୋଣଙ୍କର ଉତ୍ସର୍ଗୀକୃତ ଅଣ୍ଡିରା ମେଷର ଛାତି ନିଅ ଏବଂ ଏହାକୁ ବିଶେଷ ନୈବେଦ୍ୟରୂପେ ସଦାପ୍ରଭୁଙ୍କ ସମ୍ମୁଖରେ ଧର। ଏହା ତୁମ୍ଭର ଅଂଶ ହେବ।


ହାରୋଣଙ୍କ ପୁତ୍ରମାନଙ୍କ ମଧ୍ୟରୁ ଯେକେହି ମେଦ ଓ ରକ୍ତ ମଙ୍ଗଳାର୍ଥକ ବଳି କରେ, ସେ ଆପଣା ଅଂଶ ରୂପେ ଡାହାଣ ଚଟୁଆ ପାଇବ।


“ଇସ୍ରାଏଲ ଲୋକମାନେ ନିଜ ନିଜ ପବିତ୍ର-ବସ୍ତୁ ମଧ୍ୟରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହା ସବୁ ତାହାର ହେବ।


ଆଉ ହାରୋଣ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ। ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରିବେ।


ତା'ପରେ ଯାଜକ ଦୋଳନୀୟ ନୈବେଦ୍ୟ ତାହା ସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଟେକିବ, ସେହି ଛାତି ଓ ଗୋଡ଼ ନୈବେଦ୍ୟ ଯାଜକ ପାଇଁ ଏକ ପବିତ୍ର ଉପହାର ଅଟେ। ତା'ପରେ ସେହି ନାସରୀୟ ବ୍ରତ କରିଥିବା ବ୍ୟକ୍ତି ଦ୍ରାକ୍ଷାରସ ପାନ କରି ପାରିବ।


Swiv nou:

Piblisite


Piblisite