Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 7:25 - ପବିତ୍ର ବାଇବଲ

25 ଯଦି କୌଣସି ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପଶୁର ମେଦ ଭକ୍ଷ୍ୟଣ କରେ। ତେବେ ସେହି ଭୋଜନକାରୀ ଆପଣା ଲୋକମାନଙ୍କଠାରୁ ପୃଥକ ରହିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 କାରଣ ମନୁଷ୍ୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଯେଉଁ ପଶୁ ଉତ୍ସର୍ଗ କରନ୍ତି, ତାହାର ମେଦ ଯେବେ କେହି ଭୋଜନ କରଇ; ତେବେ ତାହା ଭୋଜନକାରୀ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

Gade chapit la Kopi

ଓଡିଆ ବାଇବେଲ

25 କାରଣ ମନୁଷ୍ୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଯେଉଁ ପଶୁ ଉତ୍ସର୍ଗ କରନ୍ତି, ତାହାର ମେଦ ଯେବେ କେହି ଭୋଜନ କରେ; ତେବେ ତାହା ଭୋଜନକାରୀ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 କାରଣ ମନୁଷ୍ୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଯେଉଁ ପଶୁ ଉତ୍ସର୍ଗ କରନ୍ତି, ତାହାର ମେଦ ଯେବେ କେହି ଭୋଜନ କରେ; ତେବେ ତାହା ଭୋଜନକାରୀ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

Gade chapit la Kopi




ଲେବୀୟ ପୁସ୍ତକ 7:25
8 Referans Kwoze  

ମାତ୍ର ଯଦି କୌଣସି ଅଶୁଚି ବ୍ୟକ୍ତି ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ବଳି ଭୋଜନ କରେ ତେବେ ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।


ସେମାନଙ୍କୁ ମଧ୍ୟ କୁହ ଯେ, ସେମାନେ ଗୋଟିଏ ପଶୁର ସ୍ୱାଭାବିକ ମୃତ୍ୟୁ ହେଉ କିମ୍ବା ଯାହାର ଅନ୍ୟ ପଶୁ ଦ୍ୱାରା ବିଦୀର୍ଣ୍ଣ ହୋଇ ମୃତ୍ୟୁ ହୋଇଥିଲା ତାହା ଖାଇବା ଉଚିତ୍ ନୁହଁ। ସେହି ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ, ମାତ୍ର ସେମାନେ ତାହା ଭୋଜନ କରିବା ଉଚିତ୍ ନୁହେଁ।


“ତୁମ୍ଭେମାନେ ଯେଉଁଠାରେ ବାସ କରନା କାହିଁକି ତୁମ୍ଭେମାନେ କୌଣସି ପଶୁ କିମ୍ବା ପକ୍ଷୀର ରକ୍ତ ଭୋଜନ କରିବ ନାହିଁ।


ଯେଉଁ ମନୁଷ୍ୟମାନଙ୍କର ସୁନ୍ନତ ହୋଇ ନାହିଁ, ସେମାନଙ୍କୁ ତା'ର ଲୋକମାନଙ୍କଠାରୁ ବାସନ୍ଦ କରାଯିବ। କାରଣ ସେ ମୋର ଚୁକ୍ତି ଭଙ୍ଗ କରିଛି।”


ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରଙ୍କ ହସ୍ତରୁ ଏହି ନୈବେଦ୍ୟ ନେଇ ଯଜ୍ଞବେଦିର ହୋମବଳି ଉପରେ ଦ‌ଗ୍‌ଧ କର। ଏହା ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର।


ଏହି ବିଧି ପ୍ରତ୍ୟେକ ଗୃହରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ୟ‌ଦ୍‌ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀୟ ହେବ। ତୁମ୍ଭେମାନେ ଯେଉଁଠାରେ ରୁହ ନା କାହିଁକି ମେଦ କିମ୍ବା ରକ୍ତ ଭୋଜନ କରିବ ନାହିଁ।”


“ଯଦି କୌଣସି ବ୍ୟକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରେ ତେବେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତେବେ ସେହି ବ୍ୟକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ ରହିବ।”


ଯଦି କୌଣସି ବ୍ୟକ୍ତି ସେ ରକ୍ତ ଭୋଜନ କରେ ତେବେ ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।”


Swiv nou:

Piblisite


Piblisite