Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 7:24 - ପବିତ୍ର ବାଇବଲ

24 ସେମାନଙ୍କୁ ମଧ୍ୟ କୁହ ଯେ, ସେମାନେ ଗୋଟିଏ ପଶୁର ସ୍ୱାଭାବିକ ମୃତ୍ୟୁ ହେଉ କିମ୍ବା ଯାହାର ଅନ୍ୟ ପଶୁ ଦ୍ୱାରା ବିଦୀର୍ଣ୍ଣ ହୋଇ ମୃତ୍ୟୁ ହୋଇଥିଲା ତାହା ଖାଇବା ଉଚିତ୍ ନୁହଁ। ସେହି ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ, ମାତ୍ର ସେମାନେ ତାହା ଭୋଜନ କରିବା ଉଚିତ୍ ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ପୁଣି ସ୍ଵୟଂମୃତ ବା ପଶୁ ଦ୍ଵାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

24 ପୁଣି ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ପୁଣି ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ।

Gade chapit la Kopi




ଲେବୀୟ ପୁସ୍ତକ 7:24
8 Referans Kwoze  

“ତୁମ୍ଭେମାନେ ମୋର ବିଶେଷ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ୱାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା'ର ମାଂସ ଖାଇବାକୁ ଦେବ।


“ସେ ସ୍ୱୟଂମୃତ ବା ପଶୁଦ୍ୱାରା ହତ ଜନ୍ତୁର ମାଂସ ଭୋଜନ କରି ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।


“ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ୟରୁ ଯେକେହି ସ୍ୱୟଂ ମୃତ ପଶୁ ଭୋଜନ କରେ, ତେବେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହେବ।


ପୁଣି ଯାଜକମାନେ କୌଣସି ସ୍ୱୟଂ ମୃତ ବା ପଶୁ ପକ୍ଷୀ ଦ୍ୱାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷ୍ୟଣ କରିବେ ନାହିଁ।


ତା'ପରେ ମୁଁ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ! ଅଶୁଚି ଖାଦ୍ୟ ଖାଇବା ଦ୍ୱାରା ମୁଁ ନିଜକୁ କେବେ ଅଶୁଚି କରି ନାହିଁ। ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ ପଶୁ, ପଚି ଯାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ୱାରା ମରା ହୋଇଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାଯାଇଥିବା ମାଂସ ମୋ’ ପାଟିରେ ଦେଇ ନାହିଁ।”


“ଆପେ ଆପେ ମରିଯାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷ୍ୟଣ କରିବ ନାହିଁ। ତୁମ୍ଭେମାନେ ଏହାକୁ ବିଦେଶୀମାନଙ୍କୁ ଭୋଜନ ପାଇଁ ଦେଇପାର, କିଅବା ବିଦେଶୀକୁ ତାହା ବିକ୍ରୟ କରିପାର। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ। “ତୁମ୍ଭେମାନେ କେବେ ବି ଛାଗବତ୍ସକୁ ତା'ର ମାତାର ଦୁ‌‌ଗ୍‌‌ଧରେ ରୋଷେଇ କରିବ ନାହିଁ।


ଯଦି କୌଣସି ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପଶୁର ମେଦ ଭକ୍ଷ୍ୟଣ କରେ। ତେବେ ସେହି ଭୋଜନକାରୀ ଆପଣା ଲୋକମାନଙ୍କଠାରୁ ପୃଥକ ରହିବା ଉଚିତ୍।


ତୁମ୍ଭମାନଙ୍କର ମେଷ, ଗୋବତ୍ସା ଇତ୍ୟାଦି ତାଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ତାଙ୍କର ମା ପାଖରେ ସାତ ଦିନ ରଖି ଅଷ୍ଟମ ଦିନରେ ମୋ'ଠାରେ ଉତ୍ସର୍ଗ କରିବ।


Swiv nou:

Piblisite


Piblisite