Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 7:14 - ପବିତ୍ର ବାଇବଲ

14 ସେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରୁଥିବା ଉପହାରରୁ ଗୋଟିଏ ପିଠା ନେବ। ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ସିଞ୍ଚନ କରେ ପିଠାଟି ତାହାର ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତହୁଁ ସେ ପ୍ରତ୍ୟେକ ଉପହାରରୁ ଏକ ଏକ ପିଠା ନେଇ ଉତ୍ତୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ପ୍ରକ୍ଷେପ କରେ, ତାହା ତାହାରି ହେବ।

Gade chapit la Kopi

ଓଡିଆ ବାଇବେଲ

14 ତହୁଁ ସେ ପ୍ରତ୍ୟେକ ଉପହାରରୁ ଏକ ଏକ ପିଠା ନେଇ ଉତ୍ତୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ଛିଞ୍ଚିବ, ତାହା ତାହାରି ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତହୁଁ ସେ ପ୍ରତ୍ୟେକ ଉପହାରରୁ ଏକ ଏକ ପିଠା ନେଇ ଉତ୍ତୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ଛିଞ୍ଚିବ, ତାହା ତାହାରି ହେବ।

Gade chapit la Kopi




ଲେବୀୟ ପୁସ୍ତକ 7:14
10 Referans Kwoze  

ଇସ୍ରାଏଲ ଲୋକମାନେ ଯେଉଁସବୁ ଦ୍ରବ୍ୟ ପବିତ୍ର କରି ଉତ୍ତୋଳନୀୟ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ନିୟମ।”


ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ଏହିସବୁ ଯାଜକ ଇଲିୟାସରକୁ ଉପହାର ସ୍ୱରୂପ ଦେଲେ।


ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିୟାସରକୁ ଦିଅ।


ଯେଉଁ ଯାଜକ ପାପମୋଚନ ପଶୁବଳି ଉତ୍ସର୍ଗ କରିବ, ସେ ତାହା ଭୋଜନ କରିବ, କିନ୍ତୁ ସେ ସମାଗମ-ତମ୍ବୁ ପ୍ରାଙ୍ଗଣର ଭିତରେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭକ୍ଷ୍ୟଣ କରିବ।


ଇସ୍ରାଏଲ ଲୋକମାନଙ୍କ କଥା ଭାବ। ସେମାନେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ’ଣ ବେଦୀର ଅଂଶୀଦାର ନୁହନ୍ତି?


ଲେବୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ୟଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବେ।


Swiv nou:

Piblisite


Piblisite